କନକ ବ୍ୟୁରୋ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଉପ ସଭାପତି ଭାସ୍କର ରାଓଙ୍କ ପିଛା ଛାଡୁନି ବିବାଦ । ପ୍ରଥମେ ନିଜ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଆରୋପ ପରେ ଏବେ ଜିଲ୍ଲା ଆଦିବାସୀ ମହାସଂଘ ଭାସ୍କରଙ୍କ ବିରୋଧରେ ରଣହୁଙ୍କାର ଦେଇଛି । ବିଜେଡି କାଉନସିଲର ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା ପଛରେ ଭାସ୍କର ରାଓଙ୍କ ହାତ ଥିବା ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସିବିଆଇ ତଦନ୍ତ ଦାବି କରିଛି ଆଦିବାସୀ ମହାସଂଘ ।
ଏହି ଦାବିରେ ଶହ ଶହ ଆଦିବାସୀ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଦିବାସୀ ମହାସଂଘ ଅଭିଯୋଗ କରିଛି ୨୦୧୦ ମସିହା ଡିସେମ୍ବର ୧୫ତାରିଖ ଦିନ ବିଜେଡି କାଉନସିଲର ଥିବା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ ପ୍ରଥମେ ରାୟଗଡା ଥାନା ପୋଲିସ ଓ ପରେ କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ହତ୍ୟାକାଣ୍ଡର ଦୀର୍ଘ ୧୩ବର୍ଷ ପରେ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରିନି । ଯାହାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଆଦିବାସୀ ମହାସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/vlcsnap-2023-11-04-16h07m19s896.jpg)