କନକ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ ଠାକରେ ପରିବାର । ପ୍ରଥମ କରି ଠାକରେ ପରିବାରର କେହି ଜଣେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ । ଆଦିତ୍ୟ ୱର୍ଲି ଆସନରୁ ଲଢ଼ିବେ ବୋଲି ଖବର ମିଳିଛି । ଏହାସହ ଶିବସେନା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ।

Advertisment

publive-image

ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେ ଦଳର ରିମୋଟ କଂଟ୍ରୋଲ ନିଜ ହାତରେ ରଖିଥିଲେ ମଧ୍ୟ କେବେ ହେଲେ ନିର୍ବାଚନ ଲଢ଼ି ନଥିଲେ । ଶିବସେନାର ଏବେ କାର ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଆଜି ଯାଏଁ ନିର୍ବାଚନ ଲଢ଼ିନାହାନ୍ତି । ଶିବସେନାରୁ ଅଲଗା ହୋଇ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରତିଷ୍ଠା କରିଥିବା ରାଜ ଠାକରେ ମଧ୍ୟ ନିଜେ ନିର୍ବାଚନ ଲଢ଼ିବା ଠାରୁ ଦୂରେଇ ରହିଛନ୍ତି । ମହାରାଷ୍ଟ୍ରରେ ଆସନ ବୁଝାମଣା ନେଇ ବିଜେପି ସହ ଆଲୋଚନା ଚାଲିଥିବା ବେଳେ ଆଦିତ୍ୟ ଠାକରେ ନିର୍ବାଚନ ଲଢ଼ିବେ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।