କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ ।
ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ‘ସୁଟ’ ପେ-ଲୋଡକୁ ସକ୍ରୀୟ କରାଯାଇଥିଲା । ଡିସେମ୍ବର ୬ ତାରିଖରେ ପେ-ଲୋଡର ଟେଲିସ୍କୋପ୍ ପ୍ରଥମ ଚିତ୍ର କଏଦ କରିଥିଲା । ଆଉ ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଂଚିଛି ଆଦିତ୍ୟ ଏଲ୍-ୱାନ ।
ଭାରତର ଏହା ପ୍ରଥମ ସୂର୍ଯ୍ୟ ଅଭିଯାନ । ଇସ୍ରୋର ସଫଳତା ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଶା କରାଯାଉଛି ବୈଜ୍ଞାନିକଙ୍କ ନିରବଛିନ୍ନ ଉଦ୍ୟମ ବିଶ୍ୱବ୍ରହ୍ମାଣ୍ଡକୁ ବୁଝିବାରେ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/22-6.jpg)