କନକ ବ୍ୟୁରୋ: ଇସ୍ରୋର ସୂର୍ଯ୍ୟଯାନ ତଥା ‘ଆଦିତ୍ୟ ଏଲ-୧’ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି । ଏହା ମଧ୍ୟରେ ରହିଛି PAPA । ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ । ତେବେ ଏହା କିପରି କାର୍ଯ୍ୟକ୍ଷମ କିରିବେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

Advertisment

ଇସ୍ରୋ ଦ୍ୱାରା ପ୍ରସ୍ତୁତ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କର ଏଚଡି ଫଟୋ ଉତ୍ତୋଳନ କରିବ । ଏହାକୁ ପିଏସଏଲଭି ରେକେଟରୁ ଲଞ୍ଚ କରାଯିବ । ଏହି ପେଲୋଡରେ ସଂଲଗ୍ନ କ୍ୟାମେରା ସୂର୍ଯ୍ୟଙ୍କର ହାଇ ରେଜୋଲ୍ୟୁସନ୍ ଫଟୋ ନେବ । ଏଥିରେ ସଂଲଗ୍ନ ‘ପାପା’ ପେଲୋଡ୍ସ ସୂର୍ଯ୍ୟଙ୍କ ଉତ୍ତପ୍ତ ଗ୍ୟାସରେ ଥିବା ଇଲେକ୍ଟ୍ରନ୍ସ ଓ ଭାରୀ ଆୟନର ଉପରେ ତଥ୍ୟ ସଂଗ୍ରହ କରିବ । ଏହି ଗ୍ୟାସ କେତେ ଉତ୍ତପ୍ତ , ଆୟନର ଓଜନ କେତେ ଏସବୁ ଅନୁଧ୍ୟାନ କରିବ ।

ସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସୂଚନା ମୁତାବକ, ଆଦିତ୍ୟ ଏଲ-୧ ପିଏସଏଲଭି ମାଧ୍ୟମରେ ୧.୫ ମିଲିଅନ୍ ଯାତ୍ରା କରିବ । ଏହି ଯାତ୍ରା ଶେଷ କରିବାକୁ ୧୨୫ ଦିନ ସମୟ ଲାଗିବ । ଏଥିପାଇଁ ପାଖାପାଖି ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚନ୍ଦ୍ରଯାନ-୩ରେ ଖର୍ଚ୍ଚ ହୋଇଥିବା ଅର୍ଥର ଅଧା ଖର୍ଚ୍ଚରେ ଏହାକୁ ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ସୂର୍ଯ୍ୟ ମିଶନ ପାଇଁ ୨୦୧୯ରେ କେନ୍ଦ୍ର ସରକର ୩୭୮ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁରୀ ଦେଇଥିଲେ ।