ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

162

କନକ ବ୍ୟୁରୋ : ଭାରତର ସମ୍ବିଧାନରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିଛନ୍ତି । ପ୍ରାପ୍ତ ବିବରଣୀ ଅନୁସାରେ, ଆଡ୍‌ଭୋକେଟ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି ।

ସେହିପରି, ଜମ୍ମୁ ଓ କଶ୍ମୀର ଏବଂ କଶ୍ମୀର ଓ ଲଦାଖ ହାଇକୋର୍ଟର ନ୍ୟାୟିକ ଅଧିକାରୀ ଭାବେ ମୋହନ ଲାଲ୍‌ ଏବଂ ମହମ୍ମଦ ଅକ୍ରମ ଚୌଧୁରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏହା ବ୍ୟତିରେକେ, କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ରାଷ୍ଟ୍ରପତି ଆଡ୍‌ଭୋକେଟ୍‌ ଅନନ୍ତ ରାମନାଥ ହେଗ୍‌ଡ଼େ, ଆଡ୍‌ଭୋକେଟ୍‌ ସିଦ୍ଦୟାହ୍‌ ରଚାୟାହ୍‌ ଏବଂ ଆଡ୍‌ଭୋକେଟ୍‌ କାନ୍ନନକୁଝିଲ୍‌ ଶ୍ରୀଧରଣ ହେମଲେଖାଙ୍କୁ ନିଯୁକ୍ତ କରିଛନ୍ତି ।