ସତ ଖୋଲିବ କି ମିଛ ଧରା ମେସିନ୍ ? ମାବନପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ । ୫ ଘଣ୍ଟାରୁ ଅଧିକ ସମୟ ଧରି ଗୁଡେଇ ତୁଡେଇ ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ । ୪୦ ପ୍ରଶ୍ନର ଚାଞ୍ଚଲ୍ୟକର ବୟାନ ଦେଲେ ବିଦ୍ୟାଶ୍ରୀ । କହିଲେ ବ୍ୟକ୍ତିଗତ ଜୀବନକୁ ନେଇ ସବୁ ପ୍ରଶ୍ନର ଦେଲି ଉତ୍ତର

Advertisment
ସତ ଖୋଲିବ କି ମିଛ ଧରା ମେସିନ୍ ? ମାବନପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ । ୫ ଘଣ୍ଟାରୁ ଅଧିକ ସମୟ ଧରି ଗୁଡେଇ ତୁଡେଇ ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ । ୪୦ ପ୍ରଶ୍ନର ଚାଞ୍ଚଲ୍ୟକର ବୟାନ ଦେଲେ ବିଦ୍ୟାଶ୍ରୀ । କହିଲେ ବ୍ୟକ୍ତିଗତ ଜୀବନକୁ ନେଇ ସବୁ ପ୍ରଶ୍ନର ଦେଲି ଉତ୍ତର

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କର ପଲିଗ୍ରାଫ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ? ୫ ଘଂଟା ଧରି ବିଭିନ୍ନ ପ୍ରସଙ୍ଗରେ ବିଦ୍ୟାଶ୍ରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀ । ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ କ’ଣ ହୋଇଥିଲା, ଦୁହିଁଙ୍କ ଭିତରେ ସଂପର୍କ କିପରି ଥିଲା । ଏମିତି କିଛି ପ୍ରଶ୍ନ ସହ ଆଦିତ୍ୟଙ୍କ ସମ୍ପର୍କୀତ ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲା କ୍ରାଇମବ୍ରାଞ୍ଚ ।

publive-image

ଦେଢ଼ ମାସରୁ ଅଧିକ ଦିନ ଧରି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ପ୍ରହେଳିକା ଭିତରେ ଥିବା ବେଳେ ଏକ ନିର୍ଣ୍ଣାୟକ ମୋଡରେ ପହଁଚିବା ପାଇଁ ପଲିଗ୍ରାଫ୍ ଟେଷ୍ଟର ସାହାରା ନେଇଛି କ୍ରାଇମବ୍ରାଞ୍ଚ । ସତ ଖୋଲିବ କି ଲାଏ-ଡିଟେକ ସନ୍ ଟେଷ୍ଟ? ବିଦ୍ୟାଶ୍ରୀଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଂଚ । ତେବେ ନଜର ପକାନ୍ତୁ କ୍ରାଇମବ୍ରାଂଚ ପଚାରିଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ।

ଆଦିତ୍ୟ ଦାଶଙ୍କ ସହ ସଂପର୍କ କିପରି ଗଢ଼ି ଉଠିଥିଲା?
ବିବାହ ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ କିପରି ଥିଲା?
ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ କ’ଣ ହୋଇଥିଲା?
ଶେଷ ଥର ପାଇଁ ଆଦିତ୍ୟ ତାଙ୍କୁ କ’ଣ କହିଥିଲେ?
ଆପଣ କେମିତି ଜାଣିଲେ ସେ ଷ୍ଟେସନ୍ ଆଡକୁ ଯାଇଛନ୍ତି?
ଆଦିତ୍ୟ ଦାଶ ଡିପ୍ରେସନରେ ଥିଲେ କି?
୭୦ ହଜାର ଟଙ୍କାର ସତ କ’ଣ?
ଟଙ୍କାକୁ ନେଇ ପପୁ ଓ ବିକାଶଙ୍କ ସହ ଆଦିତ୍ୟଙ୍କର ଝଗଡ଼ା ହୋଇଥିଲା କି?
ସ୍ୱାମୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ଭାବୁଛନ୍ତି?

ବିଶେଷ କରି ପତି-ପତ୍ନୀଙ୍କ ସଂପର୍କ ଓ ଘଟଣା ଦିନ କ’ଣ ଘଟିଥିଲା, ଏମିତି ଗୁଡେଇ ତୁଡେଇ ବିଦ୍ୟାଶ୍ରୀଙ୍କ ଠାରୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଂଚ । ପଲିଗ୍ରାଫ୍ ଟେଷ୍ଟ ପରେ ବିଦ୍ୟାଶ୍ରୀ କହିଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ କ୍ରାଇମବ୍ରାଂଚ ଯେଉଁସବୁ ପ୍ରଶ୍ନ ପଚାରିଥିଲା, ତା’ର ଉତ୍ତର ଦେଇଛନ୍ତି ।

ତେବେ ଜୁଲାଇ ୭ ତାରିଖରେ ରେଳ ଧାରଣା ଉପରୁ ଉଦ୍ଧାର କରାଯାଇଥିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ । ଗୋଟିଏ ପଟେ ଆତ୍ମହତ୍ୟା ଥିଓରୀ ଅନ୍ୟପଟେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଓରୀ, ଏହି ଦୁଇ ଥିଓରୀକୁ ନେଇ ପ୍ରଥମେ ଜିଆରପି ଓ ପରେ କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଛି । ଯେଉଁମାନେ ତଦନ୍ତ ପରିସରରେ ରହିଛନ୍ତି, ସେମାନଙ୍କ ବୟାନରେ ତାଳମେଳ ରହୁନଥିବାରୁ ଲାଏ-ଡିଟେକସନକୁ ଭରସା କରିଛି କ୍ରାଇମବ୍ରାଂଚ । ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ବିକାଶ ଓ ପପୁଙ୍କ ସମେତ ୪ ଜଣଙ୍କର ପର୍ଯ୍ୟାୟ କ୍ରମେ ପଲିଗ୍ରାଫ୍ ଟେଷ୍ଟ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe