ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଆଦିତ୍ୟଙ୍କ ଘରେ ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । କାଲି ଘଟଣା ସ୍ଥଳ ଲିଙ୍ଗରାଜ ଷ୍ଟେସନ ନିକଟକୁ ଯାଇଥିଲେ ତଦନ୍ତକାରୀ ଟିମ୍ ।

795

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚର ଛାନଭିନ ଜାରି ରହିଛି । ଆଜି ଘଟଣା ନେଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଂଚ ଟିମ । ମୃତ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଘରେ କ୍ରାଇମବ୍ରାଂଚ ଟିମ୍ ପହଂଚି ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରୁଛି । ଗତକାଲି ଲିଙ୍ଗରାଜ ଷ୍ଟେସନ ନିକଟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲା କ୍ରାଇମବ୍ରାଂଚ ।

ତେବେ ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହ ଜଡିତ ଅନେକ ଦିଗ ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି କ୍ରାଇମ୍ବ୍ରାଂଚ୍ । ବିଶେଷକରି ମୃତ୍ୟୁ ପଛରେ ଟଙ୍କା କାରବାର ରହିଥିଲା କି । ମୃତ୍ୟୁ ପଛରେ ସମାଜସେବାର ଲିଙ୍କ ଥିଲା କି, ପରିବାର ଭିତରେ ମନୋମାଳିନ୍ୟ ଥିଲା କି ଏଭଳି ଅନେକ ପ୍ରଶ୍ନ କରିପାରନ୍ତି ତଦନ୍ତକାରୀ ଦଳ ।

Comments are closed.