କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚର ଛାନଭିନ ଜାରି ରହିଛି । ଆଜି ଘଟଣା ନେଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଂଚ ଟିମ । ମୃତ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଘରେ କ୍ରାଇମବ୍ରାଂଚ ଟିମ୍ ପହଂଚି ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରୁଛି । ଗତକାଲି ଲିଙ୍ଗରାଜ ଷ୍ଟେସନ ନିକଟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲା କ୍ରାଇମବ୍ରାଂଚ ।
ତେବେ ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହ ଜଡିତ ଅନେକ ଦିଗ ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି କ୍ରାଇମ୍ବ୍ରାଂଚ୍ । ବିଶେଷକରି ମୃତ୍ୟୁ ପଛରେ ଟଙ୍କା କାରବାର ରହିଥିଲା କି । ମୃତ୍ୟୁ ପଛରେ ସମାଜସେବାର ଲିଙ୍କ ଥିଲା କି, ପରିବାର ଭିତରେ ମନୋମାଳିନ୍ୟ ଥିଲା କି ଏଭଳି ଅନେକ ପ୍ରଶ୍ନ କରିପାରନ୍ତି ତଦନ୍ତକାରୀ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/5-32.jpg)