ଆଦିତ୍ୟ ଦାସ ମୃତ୍ୟୁ ନେଇ ବଡ ଖବର । ମୁହଁ ଖୋଲିଲେ ବାଲେଶ୍ୱରର ରହସ୍ୟମୟୀ ଯୁବତୀ । କହିଲେ ମୁଁ ଆଦିତ୍ୟଙ୍କୁ ଭଲପାଉଥିଲି, ଆମେ ବାହା ହୋଇଥାନ୍ତୁ… ଜାଣନ୍ତୁ କିଏ ସେ ରହସ୍ୟମୟୀ ଯୁବତୀ? କାହିଁକି ସାଇକୋ ଲେଡି ଭାବେ ଚର୍ଚ୍ଚାରେ ଥିଲେ…

9,090

କନକ ବ୍ୟୁରୋ: ମାନବପ୍ରେମୀ ମୃତ୍ୟୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଆଦିତ୍ୟଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ରହସ୍ୟମୟୀ ନାରୀ । କନକ ନ୍ୟୁଜରେ ପୂରା କାହାଣୀ କହିଲେ ରହସ୍ୟମୟୀ ଯୁବତୀ । ଗତ ୨ ଦିନ ହେବ ଏହି ଯୁବତୀଙ୍କୁ ସାଇକୋ ଲେଡି ଭାବେ ଚର୍ଚ୍ଚା କରାଯାଉଥିଲା । ଆଉ ଶେଷରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ।

ତେବେ କନକ ନ୍ୟୁଜରେ ରହସ୍ୟମୟୀ ଯୁବତୀ କହିଲେ ଆଦିତ୍ୟଙ୍କ ସହ ଫେସବୁକ ପ୍ରେମ କାହାଣୀ । ନିଜକୁ ଆଦିତ୍ୟଙ୍କ ପ୍ରେମିକା କହି ପ୍ରେମ ସମ୍ପର୍କ ବଖାଣିଲେ ଯୁବତୀ । ଆମ ଭିତରେ ଭଲ ସମ୍ପର୍କ ଥିଲା, ପବିତ୍ର ସମ୍ପର୍କ ଥିଲା । ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି । ଆମର ଥରେ ଦୁଇ ଥର ଦେଖା ହୋଇଛି । ମୁଁ ଭୁବନେଶ୍ୱର ଆସିଲେ ତାଙ୍କୁ ଦେଖାକରେ । ଆଶ୍ରମ ଯାଇ ତାଙ୍କୁ ଭେଟେ ବୋଲି ଯୁବତୀ କହିଛନ୍ତି ।

ବିଦ୍ୟାଶ୍ରୀଙ୍କ ସହ ପ୍ରେମ ପୂର୍ବରୁ ବାଲେଶ୍ୱର ଏ ଯୁବତୀଙ୍କ ସହ ପ୍ରେମରେ ଥିଲେ ଆଦିତ୍ୟ । ୪, ୫ ମାସ ପାଇଁ ସେମାନଙ୍କ ସମ୍ପର୍କ ଥିଲା ମାତ୍ର ଏହା ପବିତ୍ର ଥିଲା । ଆମ ଦୁହିଁଙ୍କ ଭିତରେ କିଛି ଖରାପ ସମ୍ପର୍କ ନଥିଲା । ଫେସବୁକରେ ପ୍ରେମ ଆରମ୍ଭ ହୋଇଥିଲା । ମୁଁ ତାଙ୍କୁ ବିବାହ କରିଥାନ୍ତି । କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ । ନିକଟରେ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘରଲୋକ ପ୍ରସ୍ତୁତ ନଥିଲେ ।

ସେପଟେ ସାଇକୋ ଲେଡି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁବତୀ । ଆଉ ସାଇକୋ ଶବ୍ଦ ନେଇ ଆପତ୍ତି ଉଠାଇ କହିଛନ୍ତି କି, ମତେ କାହିଁକି ସାଇକୋ ଲେଡି କହୁଛନ୍ତି ମୁଁ ଜାଣିନି । ମୋର ସେମିତି କିଛି ସମସ୍ୟା ନାହିଁ ଯେଉଁଥି ପାଇଁ ମତେ ସାଇକୋ ଲେଡି କୁହାଯିବ । ମାର୍ଚ୍ଚ ୫ରେ ଆଦିତ୍ୟଙ୍କ ଜନ୍ମ ଦିନରେ ମୁଁ ତାଙ୍କୁ ଫୋନ କରିଥିଲି ବୋଲି ଯୁବତୀ କହିଛନ୍ତି ।
ତେବେ ଯାହା ସତ ତାହା ସାମ୍ନାକୁ ଆସିବା ଦରକାର । ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରାନଯାଉ । କାହାର ସମ୍ପୃକ୍ତି ଅଛି କ୍ରାଇମବ୍ରାଞ୍ଚ କହିପାରିବେ । ଅଯଥା ଅନ୍ଧାରରେ ବାଡି ବୁଲା ନଯାଉ । ତେବେ ମତେ ଯେତେବେଳେ ତଦନ୍ତ ପାଇଁ ଡକାହେବ ମୁଁ ଯିବାକୁ ପ୍ରସ୍ତୁତ ।

ସେପଟେ ସାଇକୋ ଲେଡି ନେଇ ବିସ୍ମିତ ମୁହଁ ଖୋଲିଥିଲେ । ଆଜି ଆଦିତ୍ୟଙ୍କ ମାଆ ମୁହଁ ଖୋଲିଥିଲେ । ମୋ ପୁଅକୁ ବିବାହ କରିବାକୁ ସେ ଯୁବତୀ ଧମକ ଦେଉଥିବା କହିଥିଲେ । ମାତ୍ର ନିଜ ରହସ୍ୟମୟୀ ଯୁବତୀ ସାମ୍ନାକୁ ଆସି ରହସ୍ୟରୁ ପରଦା ଉଠାଇଛନ୍ତି ।