ସାଇକୋ ଲେଡି ସସପେନ୍ସରେ ପଡିଲା ପୂର୍ଣ୍ଣଚ୍ଛେଦ । ମୁହଁ ଖୋଲିଲେ ମାନବପ୍ରେମୀଙ୍କ ଫେସବୁକ ପ୍ରେମିକା । କହିଲେ ମୁଁ ସାଇକୋ ନୁହଁ । ମୋର ସେମିତି କିଛି ସମସ୍ୟା ନାହିଁ । କାହିଁକି ମୋତେ ସାଇକୋ କୁହାଯାଇଛି ମୁଁ ଜାଣିପାରୁନି…

1,092

କନକ ବ୍ୟୁରୋ: ମାନବପ୍ରେମୀ ମୃତ୍ୟୁ ନେଇ ବଡ ଖବର । କନକ ନ୍ୟୁଜ କ୍ୟାମେରାରେ ‘ରହସ୍ୟମୟୀ’ ମହିଳା । ପ୍ରଥମ ଥର ପାଇଁ ଆସିଲା ଯୁବତୀଙ୍କ ବୟାନ । କ୍ୟାମେରା ଆଗରେ ମୁହଁ ଖୋଲିଲେ ଚିନ୍ମୟୀ ମହାପାତ୍ର । ଯେଉଁ ଯୁବତୀଙ୍କୁ ଆଦିତ୍ୟଙ୍କ ବାପା ସାଇକୋ ଲେଡି ବୋଲି କହୁଥିଲେ ଏବଂ ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତ ଥାଇପାରେ ବୋଲି ସନ୍ଦେହ କରିଥିଲେ । ଏହି ଘଟଣା ପରେ ଗଣମାଧ୍ୟମରେ ଏହି ଯୁବତୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆଜି ଚିନ୍ମୟୀ କ୍ୟାମେରା ସାମନାକୁ ଆସିଛନ୍ତି ଏବଂ ସିଧା ସିଧା କହିଛନ୍ତି ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ।

ଚିନ୍ମୟୀ ସଫା ସଫା କହିଛନ୍ତିି କି ଆଦିତ୍ୟଙ୍କୁ ସେ ଭଲ ପାଉଥିଲେ, ଆଉ ଫେସବୁକରୁ ଆରମ୍ଭ ହୋଇଥିଲା ଏହି ପ୍ରେମ ସମ୍ପର୍କ । ଏପରିକି ଆଦିତ୍ୟଙ୍କ ଆଶ୍ରମକୁ ଆସିବା ସହିତ ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ । ତାଙ୍କ ସହିତ ବହୁତ ଭଲ ସମ୍ପର୍କ ଥିଲା ଏବଂ ଜନ୍ମଦିନରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ଆଦିତ୍ୟ ମୃତ୍ୟୁ ଘଟଣାରେ ଅନେକ ଅଛିଣ୍ଡା ଖିଅ ସନ୍ଦେହର ଅବକାଶ ସୃଷ୍ଟି କରିଛି । ଆଦିତ୍ୟ କଣ ଆତ୍ମହତ୍ୟା କରିଛନ୍ତି କି, ଯଦି କରିଛନ୍ତି କଣ କାରଣ ହୋଇଥାଇପାରେ ଏହିପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ।ଆଉ ଏତିକି ବେଳେ ଏହି ଯୁବତୀ ଚିନ୍ମୟୀଙ୍କୁନେଇ ପ୍ରଶ୍ନ ଉଠାଇଥିଲେ ଆଦିତ୍ୟଙ୍କ ବାପା । ସାଇକୋ ବୋଲି ବାପାମାଆ ଓ ବିସ୍ମିତ କହିବା ପରେ ସାଇକୋ ଶବ୍ଦ ନେଇ ଆପତ୍ତି ଉଠାଇଛନ୍ତି ଚିନ୍ମୟୀ । ତାଙ୍କୁ କଣ ପାଇଁ ସାଇଲୋ ବୋଲି କୁହାଯାଉଛି । ତାଙ୍କର ସେମିତି କିଛି ମାନସିକ ସମସ୍ୟା ନାହିଁ ତେଣୁ ସାଇକୋ ଶବ୍ଦ ତାଙ୍କୁ ଆଘାତ ଦେଇଛି ବୋଲି ଚିନ୍ମୟୀ କହିଛନ୍ତି ।