ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ ବାଲେଶ୍ୱରର ବିସ୍ମିତ୍ । କହିଲେ, ଆଦିତ୍ୟଙ୍କୁ ଏକ ତରଫା ପ୍ରେମ କରୁଥିଲେ ସାଇକୋ ଲେଡି । ବିଦ୍ୟାଶ୍ରୀ ମଧ୍ୟ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ, ଜିଆରପି ପୋଲିସକୁ ବି କହିଥିଲେ । ୨ ଦିନ ଭିତରେ କ୍ରାଇମବ୍ରାଞ୍ଚ କିଛି ନକଲେ ସାଇକୋ ଲେଡିର ସବୁ ସତ ସାମ୍ନାକୁ ଆଣିବି

7,361

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମିଷ୍ଟ୍ରିର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ବଢ଼ି ଚାଲିଛି ସାଇକୋ ଲେଡିର ସସପେନ୍ସ । ସାଇକୋ ଲେଡି କିଏ? ଏବଂ କ’ଣ ତାଙ୍କ ଭୂମିକା କହିବାକୁ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସିଲେ ବାଲେଶ୍ୱରର ବିସ୍ମିତ୍ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ବିସ୍ମିତ  କହିଛନ୍ତି କି, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ରାଇମବ୍ରାଂଚ ତଦନ୍ତ କଲେ ଅଧିକ ତଥ୍ୟ ପଦାକୁ ଆସିପାରିବ । ଯଦି କ୍ରାଇମବ୍ରାଞ୍ଚ  କିଛି ନକଲେ ୨ ଦିନ ଭିତରେ ସାଇକୋ ଲେଡିର ସବୁ ସତ ସାମ୍ନାକୁ ଆଣିବି ବୋଳଲି ବିସ୍ମିତ୍ କହିଛନ୍ତି । 

ତେବେ ଅନ୍ୟପଟେ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ କୁହାଯାଉଛି, ସେ ସାଇକୋ କି ନୁହେଁ ସେ ଜାଣିନାହାନ୍ତି । କିନ୍ତୁ  ସେ ବାଲେଶ୍ୱରର ଝିଅ ।  ଉଭୟଙ୍କ ପକ୍ଷରୁ ସହମତିରେ ସଂପର୍କ ଥିଲା । ସେହି ଝିଅ  ସହ ୬,୭ ମାସ ତଳେ କଥା ହୋଇଥିଲେ । ଆଦିତ୍ୟ  ସେହି ଝିଅ ସହ ବିକାଶଙ୍କୁ କଥା କରାଇଥିବା ସେ କହିଛନ୍ତି । 

ଏପରିକି ସେହି ଝିଅ ଆଶ୍ରମ ଆସିଥିଲେ, ସେଠାରେ ତାଙ୍କ ସହ ଦେଖାହୋଇଥିଲା ବୋଲି ବିକାଶ କହିଛନ୍ତି । ଆଦିତ୍ୟଙ୍କୁ କେହି ଧମକ  ଦେଇନାହାନ୍ତି,କେହି ଧମକ ଦେଇଥିଲେ ସେ ଜାଣିଥାନ୍ତେ ବୋଲି କନକ ନ୍ୟୁଜକୁ କହିଛନ୍ତି । ଏହା ସହିତ ବିସ୍ମିତ୍ କିଏ ବୋଲି ବିକାଶ ଜାଣିନଥିବା କହିଛନ୍ତି । ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଆସିଛି ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା ।