ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତନାଘନା ଜାରି । ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ବାପା ମାଆଙ୍କୁ ଦୀର୍ଘ ସାଢେ ତିନି ଘଣ୍ଟା ପଚରା ଉଚୁରା କଲା ଜିଆରପିର ୫ ଜଣିଆ ଟିମ୍

2,313

କନକ ବ୍ୟୁରୋ: ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଜୋରଦାର ହୋଇଛି ତଦନ୍ତ । ଆଜି ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଦୀର୍ଘ ସାଢେ ୩ ଘଂଟା ଜେରା କରିଛନ୍ତି ତଦନ୍ତକାରୀ ଦଳ । ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ତଦନ୍ତ କରିବାକୁ ଆଦିତ୍ୟଙ୍କ ଘରେ ପହଂଚିଥିଲା । ତାଙ୍କ ଘରେ ପରିବାରର ଏହି ତିନି ଜଣ ପତ୍ନୀ, ବାପା ଓ ମାଆଙ୍କୁ ଦୀର୍ଘ ସମୟ ଧରି ଜିଆରପିର ତଦନ୍ତକାରୀ ଦଳ ଜେରା କରିଥିଲେ ।

ତେବେ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଥିବା କହିଛନ୍ତି ଡିଏସପି ଚନ୍ଦ୍ରଶେଖର ସାହୁ । ତେବେ ବର୍ତମାନ ସୁଦ୍ଧା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନାହୁଁ ବୋଲି ସେ କହିଛନ୍ତି । ପୂର୍ବରୁ ଆଦିତ୍ୟ ଦାଶଙ୍କ ଦୁଇ ସାଙ୍ଗ ପପୁ ଓ ବିକାଶକୁ ମଧ୍ୟ ଜେରା କରି ସାରିଛି ଜିଆରପି । ଅନ୍ୟପଟେ ଲିଙ୍ଗରାଜ ଷ୍ଟେସନ ନିକଟରେ ରେଳ ଧାରଣାରେ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ତେବେ ସେହି ଦିନ ପୁରୁଷୋତ୍ତମ ଏକ୍ସପ୍ରେସ କୌଣସି ଧକ୍କା ଦେଇ ନଥିବା ଏହାର ଚାଳକ ବିଷ୍ଣୁଚରଣ ସେଠୀ କନକ ନ୍ୟୁଜକୁ ସୂଚନା ଦେଇଥିଲେ । ଅନ୍ୟପଟେ ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି । ତେବେ ଏବେ ବି ରହସ୍ୟ ଭିତରେ ରହିଛି ଆଦିତ୍ୟଙ୍କ ମୃତ୍ୟୁ ।