କନକ ବ୍ୟୁରୋ: ଚାଲିଛି ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଖୋଜା । ଜିଆରପି ପୋଲିସ ଘଟଣାର ତନାଘନା କରୁଛି । ଆଦିତ୍ୟର ବନ୍ଧୁଙ୍କୁ ପଚରାଉଚରା କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଆଦିତ୍ୟଙ୍କ ବନ୍ଧୁ ପୁପୁ । ପୁପୁ ଆଦିତ୍ୟ ଦାସଙ୍କ ଟ୍ରଷ୍ଟ ପିପୁଲ ଫର ସେବାର ଟ୍ରେଜରର ଥିଲେ । ପାରିବାରିକ କଳହ ନେଇ ପପୁ କିଭଳି ଜାଣିଲେ ବୋଲି ସେ ନେଇ ପ୍ରଶ୍ନ କରିଛି ପୁଲିସ । ଏହା ସହ ୭୦ ହଜାର ଟଙ୍କା ନେଇ ମଧ୍ୟ ପଚରାଯାଇଛି । ପପୁଙ୍କ ସହ ଜଣେ ଝିଅ ଓ ଅନ୍ୟ ୨ ଜଣଙ୍କୁ ବି ପଚରାଉଚରା ହୋଇଛି । ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏମାନଙ୍କ ସହ କଥା ହୋଇଥିଲେ । ଏମାନକୁ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ମଙ୍ଗଳବାରଦିନ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ଲିଙ୍ଗରାଜ ରେଳଲାଇନରୁ ମିଳିଥିଲା । ପୁରୁଷତୋମ ଏକ୍ସପ୍ରେସ କିମ୍ବା ମାଲବାହୀ ଟ୍ରେନ ଆଦିତ୍ୟଙ୍କୁ ଧକ୍କା ମାରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଆଦିତ୍ୟଙ୍କ ସୁସାଇଡ ନୋଟ ବି ମିଳିଥିଲା । ଏହି ନେଟାକୁ ନେଇ ବି ବିବାଦ ଦେଖାଦେଇଥିଲା । ଆଦିତ୍ୟଙ୍କ ସ୍ତ୍ରୀ ସୁଇସାଇଡ ନୋଟ ଅନ୍ୟକେହି ଲେଖିଥିବା ଦାବି କରିଥିଲୋ ଗତକାଲି ସୁଇସାଇଡ ନୋଟ ଲେଖାଥିବା ଡାଏରୀ, ହେଣ୍ଡରାଇଟିଂ ବ୍ୟୁରୋକୁ ଆସିଛି । ହେଣ୍ଡରାଇଟିଂ ବ୍ୟୁରୋରେ ଆଦିତ୍ୟ ସୁଇସାଇଡ ନୋଟ ଲେଖିଥିବା ଡାଏରୀରର ହସ୍ତାକ୍ଷର ଯାଂଚ କରାଯିବ । ଯାଂଚ ପରେ ସ୍ପଷ୍ଟ ହେବ ସୁଇସାଇଡ ନୋଟ ଆଦିତ୍ୟ ନିଜେ ଲେଖିଛନ୍ତି ନା ଏହା ଅନ୍ୟ କେହି ଲେଖିଛି ।