ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଟ୍ରେନ ଡ୍ରାଇଭରଙ୍କୁ ହେବ ପଚରାଉଚରା । ଘରଠାରୁ ଷ୍ଟେସନ ଯାଏ ଲାଗିଥିବା ସିସିଟିଭିର କରାଯିବ ଛାନଭିନ । ପତ୍ନୀ ବିଦ୍ୟାଶ୍ରୀଙ୍କୁ ହୋଇପାରେ ପଚରାଉଚରା

494

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିବ ଜିଆରପି । ସେଦିନ ଯେତୋଟି ଟ୍ରେନ୍ ଯାଇଛି ସେ ସମସ୍ତ ଟ୍ରେନର ଡ୍ରାଇଭରଙ୍କୁ ଡକା ହୋଇଛି । କେଉଁ ଟ୍ରେନରେ ଆଦିତ୍ୟଙ୍କ ଧକ୍କା ହୋଇଛି ସେ ବିଷୟରେ ଡ୍ରାଇଭରଙ୍କୁ ପଚରାଉଚରା କରାଯିବ । ଆଦିତ୍ୟଙ୍କ ଘରଠାରୁ ଷ୍ଟେସନ ଯାଏ ଯେତେ ସିସିଟିଭି ଅଛି ସେସବୁକୁ ଯାଂଚ କରାଯିବ । ସେପଟେ ଆଦିତ୍ୟ ଦାସଙ୍କ ଆଉ ୪ ଜଣ ବନ୍ଧୁ ଓ ସଂସ୍ଥାର ସଦସ୍ୟଙ୍କୁ ଜେରା ହେବ । ଖୁବ ଶୀଘ୍ର ୨ ସାଂଗ ଦୀପକ ଓ ସୋନୁଙ୍କ ମଧ୍ୟ ଜେରା କରାଯିବ । ଏହା ସହିତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିବ ଜିଆରପି ।

ଗତକାଲି ଆଦିତ୍ୟଙ୍କ ୩ ବନ୍ଧୁଙ୍କୁ ଜେରା କରିଥିଲା ଜିଆରପି । ୩ ଜଣଙ୍କ ମଧ୍ୟରେ  ଜଣେ ଯୁବତୀ ଓ ୨ ଯୁବକ ଥିଲେ । ଗତକାଲି ଘର ମାଲିକଙ୍କୁ ବି ଜେରା କରାଯାଇଥିଲା । କେବେଠାରୁ ଭଡାରେ ଥିଲେ, କେବେ ଝଗଡା ହୋଇଥିଲା କି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି  ଥିଲା ସେ ନେଇ ପଚରାଉଚରା କରାଯାଇଥିଲା । ଏହା ସହ ବାଳକାଟିରେ ଥିବା ଏସବିଆଇ ଆକାଉଂଟ ଓ କଳିଙ୍ଗ ବିହାର ୟୁନିୟନ ବ୍ୟାଙ୍କ ଆକାଉଂଟର ଖୋଳତାଡ  କରାଯାଇଛି ।