ସାମନାକୁ ଆସିଲା ଆଦିତ୍ୟ ଦାସଙ୍କ ସୁଇସାଇଡ୍ ନୋଟର ସତ । ହ୍ୟାଣ୍ଡ ରାଇଟିଂ ବ୍ୟୁରୋ କହିଲା ଡାଏରୀରେ ନିଜେ ଲେଖିଛନ୍ତି ଆଦିତ୍ୟ ।

395

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଡାଏରୀରୁ ପରଦା ହଟିଛି । ଡାଏରୀରେ ଥିବା ହାତଲେଖା, ଆଦିତ୍ୟଙ୍କର ବୋଲି ସ୍ପଷ୍ଟ କରିଛି ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ଏକ୍ସପର୍ଟଙ୍କ ମତାମତ ପରେ ଜିଆରପିକୁ ରିପୋର୍ଟ ହସ୍ତାନ୍ତର କରାଯାଇଛି । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ରେଳ ଧାରଣାରୁ ମିଳିବା ପରେ, ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ତାଙ୍କର ହାତଲେଖା ଡାଏରୀ ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଥିଲା ।

ଯେଉଁ ଡାଏରୀକୁ ନେଇ ସସପେନ୍ସ ଜାରି ରହିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଥିଲା, ସେଥିରୁ ପରଦା ହଟିଛି । ଏହି ଚିଠି ସତ ଥିଲା, ଆଉ ଏହାକୁ ନିଜେ ଲେଖିଥିଲେ ଆଦିତ୍ୟ ଦାଶ । ଡାଏରୀରେ ଥିବା ହାତଲେଖା, ଆଦିତ୍ୟଙ୍କର ବୋଲି ସ୍ପଷ୍ଟ କରିଛି ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ଏକ୍ସପର୍ଟଙ୍କ ମତାମତ ପରେ ଜିଆରପିକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି ।ମୃତ୍ୟୁ ପୂର୍ବରୁ ଏହି ଡାଏରୀରେ ଆଦିତ୍ୟ ଅନେକ କିଛି ଲେଖିଛନ୍ତି । କିପରି ତାଙ୍କ ଅନ୍ତେ ତାଙ୍କର ବୃଦ୍ଧାଶ୍ରମ ଚାଲିବ, ଏ ନେଇ ବିସ୍ତୃତ ଭାବେ ଲେଖିଛନ୍ତି ଆଦିତ୍ୟ । ଏପରିକି ସେ ତାଙ୍କ ପତ୍ନୀଙ୍କୁ ମିସ୍ କରିବେ ବୋଲି ମଧ୍ୟ ଲେଖିଛନ୍ତି ।

ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକା ଏକା ଯାଉଥିବାର ସିସିଟିଭି ଫୁଟେଜ୍ ମଧ୍ୟ ବୁଧବାର ଦିନ ସାମ୍ନାକୁ ଆସିଥିଲା । ଏସବୁକୁ ନେଇ ଆଦିତ୍ୟଙ୍କ ମୃତ୍ୟୁ ମାମଲାର ପୂରା ରହସ୍ୟ ଖୋଲିବା ପାଇଁ ଉଦ୍ୟମ କରିବ ଜିଆରପି । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ରେଳ ଧାରଣାରୁ ମିଳିବା ପରେ, ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ତାଙ୍କର ହାତଲେଖା ଡାଇରୀ ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଥିଲା । ଏହା ଏକ ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଦିତ୍ୟଙ୍କ ବନ୍ଧୁ ଓ ସେ ଗଢ଼ିଥିବା ସାମାଜିକ ସଂଗଠନର ସଦସ୍ୟମାନେ ଅଭିଯୋଗ ଆଣିବା ପରେ ହତ୍ୟା ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା ପୋଲିସ । ମାମଲା ଆହୁରି ଗମ୍ଭୀର ହୋଇ ଯାଇଥିଲା, ଯେତେବେଳେ ଘଟଣା ଦିନ କୌଣସି ଲୋକଙ୍କୁ ଟ୍ରେନ ଧକ୍କା ଦେଇନଥିବା ନେଇ ବୟାନ ରଖିଥିଲେ ପୁରୁଷୋତମ ଏକ୍ସପ୍ରେସର ଡ୍ରାଇଭର ।

ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ, ତାଙ୍କର ପତ୍ନୀ, ଶ୍ୱଶୁର ଘର ଲୋକଙ୍କ ବୟାନ୍ ରେକର୍ଡ କରିଛି ଜିଆରପି । ଡାଏରୀର ହାତଲେଖା ଆଦିତ୍ୟଙ୍କର ଜଣାପଡିବା ପରେ ମାମଲା ଏବେ କେଉଁ ମୋଡ ନେବ, ତଦନ୍ତ କେଉଁ ଆଡକୁ ଯିବ, ତା’ଉପରେ ସମସ୍ତଙ୍କ ନଜର ରହିଛି ।