କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି ।
କୋର୍ଟ ବିରକ୍ତ ହେବାର କାରଣ ହେଲା, ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର ସ୍ପଷ୍ଟ ଲେଖାଯାଇଥିବା କପି କୋର୍ଟରେ ଦାଖଲ କରିନଥିଲା । ସେହିପରି ୩ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା କପି ମଧ୍ୟ କୋର୍ଟଙ୍କ ରେକର୍ଡରେ ସଂଲଗ୍ନ ହୋଇନଥିଲା । ପୂର୍ବରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂରା ପ୍ରସ୍ତୁତି କରି ଆସିବାକୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କ୍ରାଇମବ୍ରାଂଚ ଆବଶ୍ୟକ କାଗଜପତ୍ର କୋର୍ଟରେ ଦାଖଲ କରିନଥିବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ ସହ ଏହି ମାମଲାର ଶୁଣାଣି ଆଗାମୀ ୨୫ ତାରିଖକୁ ଘୁଂଚାଇଦେଇଛନ୍ତିା ଏଥିସହ ପରବର୍ତୀ ଶୁଣାଣି ବେଳେ ପ୍ରସ୍ତୁତ ହୋଇ ଆସିବାକୁ ହାଇକୋର୍ଟ ତଦନ୍ତ କରୁଥିବା କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଛନ୍ତି ।
Follow Us