ସସପେନ୍ସ ବଢାଇଲା ସାଇକୋ ଲେଡି । ମାନବପ୍ରେମୀଙ୍କ ମୃତ୍ୟୁ ପଛରେ ରହିଛି କି ରହସ୍ୟମୟୀ ନାରୀର ହାତ ? ଆଦିତ୍ୟଙ୍କ ମାଆ କହିଲେ, ପୁଅକୁ ଫୋନ କରୁଥିଲେ, ବାହା ନହେଲେ ମରିଯିବାକୁ ଧମକ ଦେଉଥିଲେ ସାଇକୋ ଲେଡି…

676

କନକ ବ୍ୟୁରୋ: କିଏ ସେ ସାଇକୋ ଲେଡି ? କଣ ତାଙ୍କ ପରିଚୟ? ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିଙ୍କ ରହିଛି କି ଲମ୍ବା ହାତ? ମାନବପ୍ରେମୀଙ୍କ ମୃତ୍ୟୁ ମିଷ୍ଟ୍ରିର ଓଚ୍ଛ ଏଯାଏଁ ପଦାକୁ ଆସିନଥିବା ବେଳେ ଏବେ ସସପେନ୍ସ ବଢାଇଛନ୍ତି ସାଇକୋ ଲେଡି ।

ଆଉ ଗତ କିଛି ଦିନ ହେବ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସାଇକୋ ଲେଡିକୁ ନେଇ ଚର୍ଚ୍ଚା ଚାଲିଛି । ଆଦିତ୍ୟଙ୍କ ବାପାଙ୍କ ପରେ ଆଜି କନକ ନ୍ୟୁଜକୁ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଆଦିତ୍ୟଙ୍କ ମାଆ । କହିଛନ୍ତି , ସେହି ରହସ୍ୟମୟୀ ମହିଳା ଜଣକ ଫୋନ କରି ବାରମ୍ବାର ଆଦିତ୍ୟଙ୍କୁ ଧମକ ଦେଉଥିଲେ । ଆଦିତ୍ୟ ତାଙ୍କୁ ବାହାନହେଲେ ସେ ମରିଯିବେ ବୋଲି ଧମକାଉଥିଲେ ।

ଏମିତିକି ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ପରେ ବାହାଘରର ୧୦ କି ୧୨ ଦିନ ପୂର୍ବରୁ ସାଇକୋ ଲେଡିଙ୍କ ଠାରୁ ଧମକ ବି ଆସିଥିଲା । ଟିକଟକରେ ଭିଡିଓ କରି ମଧ୍ୟ ଆଦିତ୍ୟଙ୍କୁ ଧମକ ଦେଇଥିଲେ ରହସ୍ୟମୟୀ ନାରୀ । ଏପରିକି ଧମକର ଅଡିଓ- ଭିଡିଓ ମଧ୍ୟ କ୍ରାଇମବ୍ରାଂଚକୁ ଦେଇଥିବା ଆଦିତ୍ୟଙ୍କ ମା କହିଛନ୍ତି । ଆଦିତ୍ୟଙ୍କ ମୋବାଇଲରେ ସେ ସମସ୍ତ ତଥ୍ୟ ଅଛି ବୋଲି ମାଆ କହିଛନ୍ତି ।
ତେବେ ଆଦିତ୍ୟଙ୍କ ମାଆଙ୍କ ପୂର୍ବରୁ ତାଙ୍କ ବାପା ସାଇକୋ ଲେଡି ନେଇ ମୁହଁ ଖୋଲିଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିଙ୍କ ସଂପୃକ୍ତି ଥାଇପାରେ ବୋଲି ମଧ୍ୟ କହିଥିଲେ । ଆଉ ଏବେ ଏସବୁ ଦିଗ ଉପରେ କ୍ରାଇମବ୍ରାଂଚ ଖୋଳତାଡ଼ କରୁଛି ।