ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଂଚ: ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ପାଇଁ ଫରେନସିକ ଡିପାର୍ଟେମେଂଟକୁ ଆବେଦନ

Advertisment
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା: ଅଡ଼ୁଆ ସୂତାରେ ଛନ୍ଦି ହେଉଛି ପୁଲିସ; ପତ୍ନୀ ବିଦ୍ୟାଶ୍ରୀଙ୍କୁ ସାଢ଼େ ୩ ଘଣ୍ଟା ଜେରା, ନୂଆ ମୋଡ଼କୁ ନେଲା ଭାଇରାଲ୍ କଲ୍ ରେକର୍ଡିଂ

କନକ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଂଚ । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କରାଯାଇଛି । ଜିଆରପି ପୁଲିସ ପରେ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ ।

କିନ୍ତୁ ଏଯାଏ ଆଦିତ୍ର୍ୟ ଦାସ ମୃତ୍ୟୁ ମାମଲା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ଜଣକ ପରେ ଜଣକୁ ଜେରା କରିବା ସହ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଂଚ । ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହିତ ଏମିତି ଅନେକ ଦିଗ ରହିଛି ଯାହା ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି କ୍ରାଇମ୍ବ୍ରାଂଚ୍ ।ଜୁଲାଇ ୭ରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ମିିଳିଥିଲା । ତେବେ ବାହାଘରର ମାସେ ନପୁରୁଣୁ ଆଦିତ୍ୟଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe