ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଂଚ: ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ପାଇଁ ଫରେନସିକ ଡିପାର୍ଟେମେଂଟକୁ ଆବେଦନ

ଅଢେଇ ମାସ ପରେ ବି ଫିଟୁନି ମୃତ୍ୟୁ ରହସ୍ୟ

347

କନକ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଂଚ । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କରାଯାଇଛି । ଜିଆରପି ପୁଲିସ ପରେ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ ।

କିନ୍ତୁ ଏଯାଏ ଆଦିତ୍ର୍ୟ ଦାସ ମୃତ୍ୟୁ ମାମଲା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ଜଣକ ପରେ ଜଣକୁ ଜେରା କରିବା ସହ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଂଚ । ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହିତ ଏମିତି ଅନେକ ଦିଗ ରହିଛି ଯାହା ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି କ୍ରାଇମ୍ବ୍ରାଂଚ୍ ।ଜୁଲାଇ ୭ରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ମିିଳିଥିଲା । ତେବେ ବାହାଘରର ମାସେ ନପୁରୁଣୁ ଆଦିତ୍ୟଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି ।