ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ୍ ଟେଷ୍ଟ୍‌ ଲାଗି ଫରେନ୍ସିକ୍ ଲ୍ୟାବ୍‌କୁ ଲେଖିଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍

Advertisment
ଏବେ ବି ଆଦିତ୍ୟ ମୃତ୍ୟୁ ଉପରୁ ଉଠୁନି ପରଦା ! ଜେରା ହେବେ ଓଏଏସ ଅଫିସର ?

କନକ ବ୍ୟୁରୋ :  ସମା‌ଜସେବୀ ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ତାଙ୍କର ବନ୍ଧୁ ବିକାଶ, ପପୁ ଓ ପ୍ରୀତମ୍‌ଙ୍କର ‘ଲାଇ ଡିଟେକ୍ସନ୍ ଟେଷ୍ଟ୍‌’ କରାଇବାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍ ‘ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍‌ସ୍ ଲ୍ୟାବ୍‌’କୁ (ଏସ୍‌ଏଫ୍‌ଏସ୍‌ଏଲ୍‌) ଲେଖିଛି। ଏଥିସହ କ୍ରାଇମ୍ ବ୍ରାଞ୍ଚ୍ ‘ଏସ୍‌ଏଫ୍‌ଏସ୍‌ଏଲ୍‌’କୁ ଉକ୍ତ ଘଟଣାର ସବିଶେଷ ବିବରଣୀ- ଏଫ୍‌ଆଇଆର୍ କପି ଓ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ବୟାନ ପ୍ରଦାନ କରିଥିବା ରିପୋର୍ଟ ମିଳିଛି। ଚାରିଜଣଙ୍କ ବୟାନରେ ସମନ୍ୱୟ ରହୁ ନ ଥିବାରୁ ତଦନ୍ତକାରୀମାନେ ‘ଲାଇ ଡିଟେକ୍ସନ୍ ଟେଷ୍ଟ୍‌’ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ କି, ଜୁଲାଇ ୭ ତାରିଖ ଦିନ ଆଦିତ୍ୟଙ୍କୁ ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍‌ ଷ୍ଟେସନ୍ ପାଖ ରେଳଧାରଣା ଉପରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଜୁନ୍ ୯ ତାରିଖ ଦିନ ତାଙ୍କର ବିବାହ ହୋଇଥିଲା। ସୁନ୍ଦରପଡ଼ାରେ ସେ ଏକ ଜରାନିବାସ ଚଳାଇବା ସହ ‘ପିପୁଲ୍‌ ଫର୍ ସେବା’ ନାମକ ‘ଏନ୍‌ଜିଓ’ ମାଧ୍ୟମରେ ସମାଜ ସେବାରେ ସମ୍ପୃକ୍ତ ଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମୁଣ୍ଡରେ ଭୀଷଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ସରକାରୀ ରେଳବାଇ ପୁଲିସ ତଦନ୍ତ କରୁଥିବା ଏହି ମାମଲାର ତଦନ୍ତ କରିବାକୁ ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମ୍ ବ୍ରାଞ୍ଚ୍‌କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe