ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ପ୍ରଚରାଗଲା ୪୦ରୁ ଅଧିକ ପ୍ରଶ୍ନ । ମାନବ ପ୍ରେମୀ ଆଦିତ୍ୟଙ୍କ ପତ୍ନୀଙ୍କୁ ୫ ଘଂଟାରୁ ଅଧିକ ସମୟ ଜେରା କଲା କ୍ରାଇମବ୍ରାଞ୍ଚ ।

Advertisment
ସତ ଖୋଲିବ କି ମିଛ ଧରା ମେସିନ୍ ? ମାବନପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ । ୫ ଘଣ୍ଟାରୁ ଅଧିକ ସମୟ ଧରି ଗୁଡେଇ ତୁଡେଇ ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ । ୪୦ ପ୍ରଶ୍ନର ଚାଞ୍ଚଲ୍ୟକର ବୟାନ ଦେଲେ ବିଦ୍ୟାଶ୍ରୀ । କହିଲେ ବ୍ୟକ୍ତିଗତ ଜୀବନକୁ ନେଇ ସବୁ ପ୍ରଶ୍ନର ଦେଲି ଉତ୍ତର

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ବେଳେ ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ କରାଯାଇଛି । ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଂଚ ପଚରାଉଚରା କରିଛି । ଆଦିତ୍ୟଙ୍କ ସହ ସାକ୍ଷାତ ଦିନ ଠାରୁ ଆଦିତ୍ୟଙ୍କ ମୃତ୍ୟୁ ଘଟଣା ଦିନ ରାତି ଯାଏଁ କଣ କଣ ଘଟିଥିଲା ସବୁ ବିଷୟରେ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଅଧିକାରୀ ।

ପରସ୍ପର ସହ କେବେ ଦେଖା ହୋଇଥିଲେ, ତାଙ୍କ ଭିତରେ କେମିତି ସମ୍ପର୍କ ଥିଲା । ଆଦିତ୍ୟଙ୍କ ମୃତ୍ୟୁ ଦିନ ତାଙ୍କ ସହ ବିଦ୍ୟାଶ୍ରୀ ଥିଲେ ନା ନାହିଁ । ଅନ୍ୟ କେହି ଆଦିତ୍ୟଙ୍କ ଶତ୍ରୁ ଥିଲେ ନା ନାହିଁ । ଏହା ସହ ମୃତ୍ୟୁର ୨୪ ଘଂଟାର ପୂର୍ବରୁ ଦୁହିଁଙ୍କ ମଧ୍ୟରେ କ’ଣ ଘଟିଥିଲା । ପୂର୍ବରୁ କୌଣସି କାରଣରୁ ଆଦିତ୍ୟ ଚିନ୍ତାରେ ଥିଲେ ନା ନାହିଁ । ଆଦିତ୍ୟ ଷ୍ଟେସନ ଯାଇଥିଲେ ବୋଲି ଆପଣ କେମିତି ଜାଣିଲେ । ଷ୍ଟେସନରେ କେମିତି ପହଂଚିଥିଲେ, ଆଦିତ୍ୟଙ୍କୁ କେମିତି ଖୋଜାଖୋଜି କରୁଥିଲେ । ଏପରିକି ଆଦିତ୍ୟ ଆତ୍ମହତ୍ୟା କରିବାକୁ ଯାଇଥିଲେ ଏ ବିଷୟରେ ଆପଣଙ୍କୁ ଜଣାଥିଲା କି ନାହିଁ ଏଭଳି ଅନେକ ପ୍ରଶ୍ନ ଆଜି ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ପଚରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe