ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସ୍ୱେଚ୍ଛାସେବୀ ବିସ୍ମିତ ଓ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ ଭାଇରାଲ; ଆଦିତ୍ୟ କେବେ ବି ଆତ୍ମହତ୍ୟା କରିପାରିବ ନାହିଁ କହିଲେ ଚିନ୍ମୟୀ

960

କନକ ବ୍ୟୁରୋ: ନୂଆମୋଡ ନେଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହି ଘଟଣାରେ ଗତକାଲି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର ସାମ୍ନାକୁ ଆସିବା ପରେ ଏବେ ଚିନ୍ମୟୀ ଓ ସ୍ୱେଚ୍ଛାସେବୀ ବିସ୍ମିତଙ୍କ ଅଡିଓ ଭାଇରାଲ ହୋଇଛି । ଏଥିରେ ବିସ୍ମିତଙ୍କୁ ଚିନ୍ମୟୀ କହୁଛନ୍ତି, ଆଦିତ୍ୟ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ସେ ଘଟଣା ଶୁଣିବା ପରେ ଦୁଇତିନଦିନ ପାଇଁ ଚାପରେ ରହିଥିଲେ । ତାଙ୍କ ଗତ ୨-୩ ବର୍ଷ ହେଲା ତାଙ୍କର ମାନସିକ ରୋଗ ରହିଛି ଏଥିପାଇଁ ସେ ଔଷଧ ବ୍ୟବହାର କରୁଛନ୍ତି ।

ଗତକାଲି କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଚିନ୍ମୟୀ କହିଥିଲେ, ଆଦିତ୍ୟଙ୍କୁ ସେ ଭଲ ପାଉଥିଲେ । ଫେସବୁକରୁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ ସମ୍ପର୍କ । ଏପରିକି ଆଦିତ୍ୟଙ୍କ ଆଶ୍ରମକୁ ଆସିବା ସହିତ ତାଙ୍କ ସହ କଥା ହୋଇଥିଲେ । ଆଦିତ୍ୟଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା ଏବଂ ଜନ୍ମଦିନରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ତେବେ ଆଦିତ୍ୟଙ୍କ ମୃତ୍ୟୁରେ ତାଙ୍କର ହାତ ନାହିଁ ବୋଲି ସଫା ସଫା କହିିଲେ ଏହି ଯୁବତୀ ।