କନକ ବ୍ୟୁରୋ : ଇତିହାସ ରଚିଲେ ଅଦିତି ଅଶୋକ । ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଏହାସହ ନୂଆ ଇତିହାସ ରଚିଛନ୍ତି ଅଦିତି । ଶନିବାର ପ୍ରତିଯୋଗିତାରେ ଆଗୁଆ ଥିଲେ ଅଦିତି, ତେଣୁ ମହିଳା ଗଲ୍ଫରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । ତେବେ ରବିବାର ଅଦିତି ରୌପ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପ୍ରଶଂସକ କିଛି ମାତ୍ରାରେ ନିରାଶ ହୋଇଥିଲେ । କିନ୍ତୁ ଏହି ରୌପ୍ୟ ପଦକ ସହ ଇତିହାସ ରଚିଛନ୍ତି ଅଦିତି । ଅନ୍ୟପଟେ ଟିମ୍ ଇଭେଣ୍ଟରେ ଭାରତ ଚତୁର୍ଥ ନମ୍ବରରେ ରହିଛି ।
ଏହାଛଡା ଭାରତକୁ ସୁଟିଂରେ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଥିବା ସମାନ ବର୍ଗର ମହିଳା ଇଭେଣ୍ଟରେ ଭାରତୀୟ ମହିଳା ଦଳକୁ ରୌପ୍ୟ ମିଳିଛି । ଏବେ ସୁଦ୍ଧା ଭାରତ ମୋଟ ୧୧ଟି ସ୍ୱଣ୍ଣ, ୧୬ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ସହ ୪୧ଟି ପଦକ ହାସଲ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/dajkdghj.jpg)