ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଆଦି ପୁରୁଷ : ହଲରେ ହନୁମାନଙ୍କ ପାଇଁ ଖାଲି ରହିଲା ସିଟ୍

3,061

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସନନ । ରାବଣ ଭୂମିକାରେ ସେଫ୍ ଅଲ୍ଲୀ ଖାନ ଅଭିୟନ କରିଥିବା ବେଳ ହନୁମାନ ଭୂମିକାରେ ନଜର ଆସିଛନ୍ତି ଦେବଦତ ନାଗେ ।

ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସୁତ ହୋଇଥିବା ଏହି ଫିଲ୍ମ ଦେଖିବାକୁ ଆଗୁଆ ୩ ଲକ୍ଷ ଟିକେଟ ବୁକ ହୋଇଛି । ପ୍ରାୟ ସବୁ ହଲ ଆଜି ହାଉସଫୁଲ ଅଛି । ଗେରୁଆ ରଙ୍ଗର ଗାମୁଛା ପକାଇ ଲୋକେ ହଲ ଯାଉଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ପୂର୍ବ ଘୋଷଣା ଅନୁସାରେ ହଲରେ ହନୁମାନଙ୍କ ପାଇଁ ଏକ ସିଟ୍ ରଖାଯାଇଛି ।