କନକ ବ୍ୟୁରୋ : ଆସନ୍ତାକାଲି ଦେଶର ବିଭିନ୍ନ ହଲରେ ରିଲିଜ ହେବ ଫିଲ୍ମ ଆଦିପୁରୁଷ । ଯେଉଁ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ତେବେ ରିଲିଜ ପୂର୍ବରୁ ଫିଲ୍ମର ଡିଷ୍ଟ୍ରିବ୍ୟୁଟର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଦିପୁରୁଶ ଭାରତରେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ରିଲିଜ ହେବ । ଏଭଳି ନିଷ୍ପତ୍ତି ଦ୍ୱାରା ଏ ଲିଷ୍ଟ ପାସ୍ ହୋଲ୍ଡର ଆଦିପୁରୁଷର ଫ୍ରି ବୁକିଙ୍କ କରିପାରିବେ । ସାଧାରଣତଃ ତେଲୁଗୁ ଡିଷ୍ଟ୍ରିବ୍ୟୁଟର୍ସ ଏଭଳି ଅଫର ଫିଲ୍ମ ରିଲିଜ ହେବାର କିଛି ଦିନ ପରେ ଆଣିଥାନ୍ତି । ଯାହାଦ୍ୱାରା ଫିଲ୍ମ ଯଦି ଭଲ ବ୍ୟବସାୟ କରିନଥିବ ତେବେ ଏହାର ନିର୍ମାଣ ଖର୍ଚ୍ଚ ଭରଣା କରାଯାଇପାରିବ । କିନ୍ତୁ ଉତ୍ତର ଆମେରିକାରେ ଆଦିପୁରୁଷ ଡିଷ୍ଟ୍ରିବ୍ୟୁଟର ଏଏ ଫିଲ୍ମସ ବିବା ଏଣ୍ଟରଟେନମେଣ୍ଟସ ସହ ମିଶି ଏଭଳି ଚକିତ କରିଦେବା ଭଳି ନିଷ୍ପତ୍ତି ନେଇଛି ।

Advertisment

ରାମାୟଣର କାହାଣୀକୁ  ନେଇ ଆଦିପୁରୁଷ ଚଳଚିତ୍ର ନିର୍ମାଣ କରାଯାଇଛି । ଏହି ଫିଲ୍ମରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କୃତି ସେନନ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି । ଆଦିପୁରୁଷ ଜୁନ୍ ୧୬ରେ ଭାରତରେ ରିଲିଜ ହେବ । ତେବେ ଏହାପୂର୍ବରୁ ଆଗୁଆ ବୁକିଂକୁ ଦେଖି ଲାଗୁଛି ଫିଲ୍ମଟି ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗିବ । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଏହି ଫିଲ୍ମର ବୁକିଂ ଜବରଦସ୍ତ ରହିଛି । ଭାରତରେ ପ୍ରଥମ ଦିନର ସୋ’ ଦେଖିବାକୁ ୫.୪୭ ଲକ୍ଷ ଟିକେଟ ବୁକ୍ ହୋଇ ସାରିଛି ।