କନକ ବ୍ୟୁରୋ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ପରେ ଆଜିଯାଏଁ ବିବାଦ ଏହାର ପିଛା ଛାଡୁନି । ପୁରା ଫିଲ୍ମ ପ୍ରକୃତ ରାମାୟଣ କଥାବସ୍ତୁକୁ କଦର୍ଥ କରୁଛି । ବିଶେଷ କରି ଏହାର ସଂଳାପ ହିନ୍ଦୁ ସନାତନ ଧାର୍ମିକ ଭାବନାକୁ ଆହତ କରୁଛି ବୋଲି ବିରୋଧାଭାଷ ପ୍ରକାଶ ପାଇବା ପରେ ଏନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ସଂଳାପ ଲେଖକ ମନୋଜ ମୁନ୍ତସିର ।

Advertisment

‘ଆଦିପୁରୁଷ’ର ସଂଳାପକୁ ନେଇ ଟ୍ରୋଲ ହେବା ପରେ ଟ୍ୱିଟ୍ କରି ଦେଶବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ମୁନ୍ତସିର । ଟ୍ୱିଟ୍ କରି ମୁନ୍ତସିର ଲେଖିଛନ୍ତି ଯେ, ‘ ସାଧୁ ସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କ ଭାବନାକୁ ଆଘାତ କରିଥିବାରୁ ସେ କ୍ଷମା ମାଗୁଛନ୍ତି । ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ ଆଦିପୁରୁଷ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ସବୁ ବଡ ଭାଇ ଭଉଣୀ, ପୂଜ୍ୟ ସାଧୁସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କୁ ହାତ ଯୋଡି ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି । ଭଗବାନ ବଜରାଙ୍ଗବାଲି ସମସ୍ତଙ୍କ ଉପରେ କୃପା କରନ୍ତୁ । ଏବଂ ଆଗକୁ ଧୈର୍ଯ୍ୟର ସହ ନବିତ୍ର ସନାତନ ଓ ମହାନ ଦେଶର ସେବା କରିବାକୁ ସକ୍ଷମ ହୋଇପାରୁ’ ।