ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଚଳଚିତ୍ର ଆଦିପୁରୁଷ, ପ୍ରଥମ ଦିନରେ ଅଧିକାଂଶ ପ୍ରେକ୍ଷାଳୟରେ ଭରପୁର ଦର୍ଶକ

1,671

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛିି ବହୁ ପ୍ରତୀକ୍ଷିତ ଚଳଚିତ୍ର ଆଦିପୁରୁଷ । ପୌରାଣିକ କଥାବସ୍ତୁ ରାମାୟଣକୁ ନେଇ ପ୍ରସ୍ତୁତ ହୋଇଛି ବିଗ୍ ବଜେଟ୍ ଚଳଚିତ୍ର । ପ୍ରଭୁ ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ କଳାକାର ପ୍ରଭାସ ଅଭିନୟ କରିଛନ୍ତି । ସୀତା ଭୂମିକାରେ ଦେଖିବାକୁ ମିଳିଛି କ୍ରିତି ସାନନଙ୍କ ଅଭିନୟ । ରାବଣ ଭୂମିକାରେ ସେଫ୍ ଅଲ୍ଲୀ ଖାନ ଅଭିୟନ କରିଥିବା ବେଳ ହନୁମାନ ଭୂମିକାରେ ନଜର ଆସିଛନ୍ତି ଦେବଦତ ନାଗେ । ହିନ୍ଦୀ, ତେଲୁଗୁ ତାମିଲ ,ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ୍ ହୋଇଛି ଆଦିପୁରୁଷ । ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଚଳଚିତ୍ରକୁ ପ୍ରଥମ ଦିନରୁ ହିଁ ଫିଲ୍ମକୁ ସଫଳତା ମିଳିଛି । ପ୍ରଥମ ସପ୍ତାହରେ ଫିଲ୍ମ ଦେଖିବାକୁ ସାଢେ ୫ ଲକ୍ଷ ଟିକେଟ ବୁକ ହୋଇଛି । ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ପ୍ରଥମ ଦିନରେ ଅଧିକାଂଶ ପ୍ରେକ୍ଷାଳୟ ହାଉସଫୁଲ ରହିଛି । ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୫୦ କୋଟିରୁ ଅଧିକ ରୋଜଗାର କରିବା ସମ୍ଭାବନା ଥିବା ଆକଳନ କରିଛନ୍ତି ସିନେ ସମୀକ୍ଷକ ।

କିନ୍ତୁ ସାମାଜିକ ଗଣମାଧ୍ୟମରେ ଫିଲ୍ମକୁ ପ୍ରଶଂସା ସହ ସମାଲୋଚନାର ମଧ୍ୟ ସାମ୍ନା କରିବାକୁ ପଡିଛି । କିଛି ସ୍ଥାନରେ ଫିଲ୍ମ ଓ ପ୍ରଭାସଙ୍କ ଅଭିନୟକୁ ନାପସନ୍ଦ କରି ମାଡ ଖାଇଛନ୍ତି ପ୍ରଶଂସକ । ପୂର୍ବ ଘୋଷଣା ଅନୁସାରେ ଯେଉଁ ଯେଉଁ ପ୍ରେକ୍ଷାଳୟରେ ଚଳଚିତ୍ରର ମୁକ୍ତିଲାଭ କରିଛି ସେଠାରେ ଗୋଟିଏ ଲେଖାଏଁ ସିଟ ହନୁମାନଙ୍କ ନାଁରେ ରିଜର୍ଭ ରଖାଯାଇଛି । ଯାହା ଦର୍ଶକଙ୍କ ଧ୍ୟାନକୁ ଆକର୍ଷଣ କରିବା ସହ ଚର୍ଚ୍ଚା ଭିତରେ ରହିଛି । ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ହାଇବଜେଟ ଚଳଚିତ୍ର କିଭଳି ପ୍ରଦର୍ଶନ କରୁଛି, ଦର୍ଶକଙ୍କୁ କେତେଦୂର ପସନ୍ଦ ଆସିପାରୁଛି ସେକଥା ଆଗାମୀ ଦିନରେ ଜଣାପଡିଛି ।