ନେପାଳରେ ଚଳଚିତ୍ର ଆଦିପୁରୁଷକୁ ନାଁ । କାଠମାଣ୍ଡୁ ପରେ ପୋଖରାନରେ ଲାଗିଲା ଚଳଚିତ୍ର ପ୍ରଦର୍ଶନ ଉପରେ ରୋକ ।

291

କନକ ବ୍ୟୁରୋ: ଭାରତରେ ଚଳଚିତ୍ର ଆଦିପୁରୁଷକୁ ନେଇ ଯେତିକି ବିବାଦ ଦେଖାଦେଇଛି ନେପାଳରେ ମଧ୍ୟ ସେତିକି ବିରୋଧ କରାଯାଉଛି । ଚଳଚିତ୍ରର କାହାଣୀ, ଚିତ୍ରଣ ଓ କଳାକାରଙ୍କ ବେଶଭୂଷାକୁ ନେପାଳରେ ଆଦିପୁରୁଷ ଘୋର ବିରୋଧର ସାମ୍ନା ହେଉଛି । ଏବେ ନେପାଳ ପ୍ରେକ୍ଷାୟଳରେ ଚଳଚିତ୍ରକୁ ପ୍ରଦର୍ଶନ ନକରିବାକୁ ନିଷ୍ପତି ନିଆଯାଇଛି । କାଠମାଣ୍ଡୁ ମେୟର ରବିବାର ଏହି କଟକଣା ଲଗାଇଛନ୍ତି । ସେପଟେ ଛତିଶଗଡରେ ଆଦିପୁରୁଷର ପ୍ରଦର୍ଶନ ଉପରେ କଟକଣା ଲଗାଯିବା ନେଇ ଆଶଙ୍କା ବଢିଛି । ସାରା ରାଜ୍ୟରେ ଆରମ୍ଭ ହେଲାଣି ଜୋରଦାର ପ୍ରଦର୍ଶନ ।

  • ବିଭିନ୍ନ ରାଜ୍ୟରେ ‘ଆଦିପୁରୁୁଷ’କୁ ବିରୋଧ
  • ପ୍ରେକ୍ଷାଳୟ ପ୍ରଦର୍ଶନକାରୀଙ୍କ ପ୍ରତିବାଦ

ସେପଟେ ମୁମ୍ବାଇ, ଦିଲ୍ଲୀ, ଛତିଶଗଡ ସମେତ ବିିଭିନ୍ନ ରାଜ୍ୟରେ ଆଦିପୁରୁଷ ବିରୋଧରେ ଜୋରଦାର ବିରୋଧ ଦେଖିବାକୁ ମିଳୁଛି । ପ୍ରେକ୍ଷାଳୟ ବାହାରେ ଓ ଭିତରେ ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ବଜରଙ୍ଗ ଦଳ ପ୍ରତିବାଦ କରି ପ୍ରଦର୍ଶନ ରୋକିବାକୁ ଦାବି କରୁଛନ୍ତି । ଏହି ସମୟରେ ପ୍ରେକ୍ଷାଳୟ ମାଲିକ, ଦର୍ଶକ ଓ ପ୍ରର୍ଦଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ଦେଖିବାକୁ ମିିଳିଛି ।

ବିବାଦ ତେଜୁଛି, ଭୟ ମଧ୍ୟ ବଢୁଛି । ଆଦିପୁରୁଷ ବିବାଦରେ ଭିତରେ ସବୁଠୁ ଚର୍ଚ୍ଚିତ ଚେହେରା ତଥା ଲେଖକ ମନୋଜ ମୁଂତଶିର ସୁରକ୍ଷା ଲୋଡିଛନ୍ତି । ମୁମ୍ବାଇ ପୁଲିସକୁ ଏକ ଚିଠି ଲେଖି ସେ ସୁରକ୍ଷା ମାଗିଛନ୍ତି । ସେପଟେ ସମାଲୋଚନା, ପ୍ରତିବାଦ ଓ ବିବାଦ ବଢୁଥିବା ଦେଖି ନିର୍ମାତା ଚଳଚିତ୍ରର ବିବାଦୀୟ ସଂଳାପ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି । ଗୋଟେପଟେ ଆରମ୍ଭରୁ ହିଁ ବିବାଦ ଭିତରେ ଫଶିଛି ଆଦିପୁରୁଷ ଅନ୍ୟପଟେ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି । ୩ଦିନ ମଧ୍ୟରେ ବିଶ୍ୱସ୍ତରରେ ୩ଶହ କୋଟି ଆୟ କରିସାରିଲଣି । କେବଳ ଭାରତରେ ୧୦୫ କୋଟି ଆୟ କରିବାରେ ସଫଳ ହୋଇଛି ଆଦିପୁରୁଷ ।