କନକ ବ୍ୟୁରୋ : ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଓ ଡମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଶୁକ୍ରବାର ସକାଳେ ଯାତ୍ରୀବାହୀ ବସ ଓ ଏକ ଡମ୍ଫର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଏଭଳି ଘଟିଛି । ଏହି ଦୁର୍ଘଟଣା ଗୋହଦ ଚୌରାହ ଥାନା ଅଞ୍ଚଳ ଡାଙ୍ଗ ବିରଖଡି ଅଞ୍ଚଳରେ ହୋଇଛି । କୁହାଯାଉଛି କି ବସଟି ଗୁଆଲିୟରରୁ ବରେଲି ଅଭିମୁଖେ ଯାଉଥିଲା ।
सीएम ने दुर्घटना में घायल 15 नागरिकों के शीघ्र स्वस्थ होने की कामना की है।स्थानीय प्रशासन द्वारा राहत कार्य तत्परता से जारी है। रेड क्रॉस द्वारा घायलों को त्वरित सहायता के रूप में ₹5,000 की राशि उपलब्ध कराई गई है।
— CMO Madhya Pradesh (@CMMadhyaPradesh) October 1, 2021
ଦୁର୍ଘଟଣା ଦେଖିବା ପରେ ଶହ ଶହ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ । ପୋଲିସ ପହଂଚି ମୃତକ ମାନଙ୍କ ଶବ ବାହାର କରିବା ସହ ଆହତ ମାନଙ୍କୁ ମେଡିକାଲ ପଠାଇଛି ।
ପୋଲିସ ଅଧିକ୍ଷକ ମନୋଜ ସିଂ କହିଛନ୍ତି କି ବିରଖାଡି ଗ୍ରାମ ନିକଟରେ ଏକ ବସ ଓ ଡମ୍ଫର ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ରେଡକ୍ରସ ପାଣ୍ଠିରୁ ଆହତ ମାନଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।