କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ଦେଇଥିବା ବୟାନ ଉପରେ ଏବେ ଉଭୟ ସଂସଦରେ ଜୋରଦାର ହଙ୍ଗାମା ହୋଇଛି । ଏନେଇ ବିରୋଧୀ ସାଂସଦମାନେ ଅଧିରଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ଏବେ ଅଧିର କହିଛନ୍ତି କି ତାଙ୍କର ଭୂଲ ବୟାନ ପାଇଁ ସେ ରାଷ୍ଟ୍ରପତି ମୁର୍ମୁଙ୍କୁ କ୍ଷମା ମାଗିବେ ହେଲେ କ୍ଷମା ମାଗିବାକୁ ଦାବି କରୁଥିବା କପଟୀମାନଙ୍କୁ ସେ କେବେ ବି କ୍ଷମା ମାଗିବେ ନାହିଁ ।

Advertisment

କହିରଖୁ କି କଂଗ୍ରେସର ବରିଷ୍ଠ ନେତା ଅଧିର ରଂଜନ ଚୌଧୁରୀ ଏକ ବୟାନରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଦେଇଥିଲେ । ଏନେଇ ସଂସଦରେ ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଆଦବିାସୀ, ମହିଳା ଓ ଗରିବଙ୍କ ବିରୋଧୀ ବୋଲି କହିଥିଲେ । ଏହାସହ ସ୍ମୃତି ଇରାନୀ ସଂପୃକ୍ତ ବୟାନ ପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ସଂସଦରେ ଦାବି କରିଥିଲେ ।

ଅନ୍ୟପଟେ ଅଧିର ରଂଜନ କହିଛନ୍ତି କି ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ସେ ରାଷ୍ଟ୍ରପତିଙ୍କୁ ସମୟ ମାଗିଥିଲେ । ହେଲେ ବିଜେପି ଯେଭଳି ଭାବେ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ସେ ନେଇ ଅସନ୍ତୁଷ୍ଟ ଅଛନ୍ତି ଅଧିର । ସେ କହିଛନ୍ତି କି ହିନ୍ଦୁସ୍ତାନର ରାଷ୍ଟ୍ରପତି ଆମ ସମସ୍ତଙ୍କର ରାଷ୍ଟ୍ରପତି । ହେଲେ ଭୁଲରେ ତାଙ୍କ ପାଟିରୁ ରାଷ୍ଟ୍ରପତି ବଦଳରେ ରାଷ୍ଟ୍ରପତ୍ନୀ ଶବ୍ଦ ବାହାରି ପଡିଥିଲା ।