ଆଇନଷ୍ଟାଇନଙ୍କଠୁ ଅଧିକ ବୁଦ୍ଧିମାନ ଏହି ଝିଅ । ୮ ବର୍ଷ ବୟସରେ ପାସ୍ କରିଛନ୍ତି ହାଇସ୍କୁଲ।

227

କନକ ବ୍ୟୁରୋ: ଆପଣ ଦୁନିଆରେ ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନଙ୍କର ବୁଦ୍ଧି ଆପଣଙ୍କୁ ଆଶ୍ଚଯ୍ୟ କରିବ । ବୈଜ୍ଞାନିକ ଆଇନଷ୍ଟାଇନ୍ ହୁଅନ୍ତୁ ବା ଷ୍ଟିଫେନ୍ ହକିଙ୍ଗ୍ । ଆଇ କ୍ୟୁ ଲେଭଲରେ ଏମାନଙ୍କୁ ବିଶ୍ୱର ସବୁଠୁ ଅଧିକ ବୁଦ୍ଧିମାନ ଲୋକ ବୋଲି କୁହାଯାଏ । ହେଲେ ଆଜି ଆମେ ଏମିତି ଏକ ଝିଅ ବିଷୟରେ କହିବୁ । ଯାହାର ଆଇକ୍ୟୁ ବୈଜ୍ଞାନିକ ଆଇନଷ୍ଟାଇନଙ୍କଠୁ ବି ଅଧିକ ଥିଲା ।

ଅଧାରା ପରେଜ , ମେକ୍ସିକୋରେ ରହୁଥିବା ଏହି କୁନିଝିଅର ବୁଦ୍ଧି, ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଆଇକ୍ୟୁ ଠାରୁ ଯଥେଷ୍ଟ ଅଧିକ । ଆଇନଷ୍ଟାଇନଙ୍କ ଆଇ କ୍ୟୁ ଲେଭଲ ୧୬୦ ଥିଲାବେଳେ, ଅଧାରା ପରେଜଙ୍କ ଆଇକ୍ୟୁ ୧୬୨ ବୋଲି ଜଣାପଡିଛି ।

ଅଧାରା ପରେଜଙ୍କ ବୟସ ହେଉଛି ମାତ୍ର ୮ ବର୍ଷ । ହେଲେ ଆପଣ ଆଶ୍ଚଯ୍ୟ ହେବେ, ମାତ୍ର ୮ ବର୍ଷ ବୟସରେ ସେ ପ୍ରାଇମେରୀ, ମିଡିଲ ଆଉ ହାଇସ୍କୁଲ ପାଠପଢା ଶେଷ କରିସାରିଲେଣି । ଆଉ ତା ସହିତ ସେ ଦୁଇଟି ଅନଲାଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଅଧାରା । ଖାଲି ସେତିକି ନୁହେଁ, ମେକ୍ସିକୋର ଶହେ ଜଣ ଶକ୍ତିଶାଳୀ ମହିଳାଙ୍କ ଭିତରେ ମଧ୍ୟ ସେ ସ୍ଥାନ ପାଇଛନ୍ତି ।

ଅଧାରାଙ୍କ ମାଙ୍କ କହିବା ମୁତାବକ, ପିଲାଦିନେ ଅଧାରା ଗୋଟିଏ ଘରେ ତା ସାଙ୍ଗ ସହିତ ଖେଳୁଥାଏ । ଏହି ସମୟରେ ତା ସାଙ୍ଗମାନେ ତାକୁ ଗୋଟିଏ ରୁମରେ ବନ୍ଦ କରିଦେଇ, ତାକୁ ଚିଡାଇବା ଆରମ୍ଭ କରିଦେଇଥିଲେ । ଆଉ ଏହି ଘଟଣା ପରେ ଅଧାରା ଡିପ୍ରେସନକୁ ଚାଲିଯାଇଥିଲା । ତାକୁ ଭଲ କରିବାକୁ ଅଧାରାଙ୍କ ମା ଯେବେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେତେବେଳେ ଡାକ୍ତର ତାଙ୍କୁ ଏକ ଟ୍ୟାଲେଟଂ କେୟାର ସେଣ୍ଟର ଯିବାକୁ ପରାମର୍ଶ ଦେଇଥିଲେ । ଆଉ ସେଇ ଟ୍ୟାଲେଣ୍ଟ କେୟାର ସେଣ୍ଟରରେ ଅଧାରାଙ୍କ ଏହି ଚାଲାକିପଣ କଥା ସାମ୍ନାକୁ ଆସିଥିଲା ।

ଅଧାରା ବଡ ହୋଇ ଆଗକୁ ଜଣେ ଅନ୍ତରୀକ୍ଷ ଯାତ୍ରୀ ହେବାକୁ ଇଚ୍ଛା ରଖିଥିବାବେଳେ । ଏବେ ଆମେରିକାର ଏରିଜୋନା ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତା ସହିତ ନିଜ ଅନୁଭବକୁ ନେଇ ମଧ୍ୟ ଅଧାରା ଏକ ବହି ଲେଖିଛନ୍ତି , ଯାହାର ନାଁ ହେଉଛି ଡୋଣ୍ଟଟ୍ ଗିଭ୍ ଅପ୍ ।