ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡା, ପାଶ୍ୱର୍ ଦେବାଦେବୀ ପାଇଲେ ଅଧରପଣା, କାଲି ରତ୍ନବେଦୀଙ୍କୁ ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି । 

453

କନକ ବ୍ୟୁରୋ : ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡା ଏବଂ ପାଶ୍ୱଦେବାଦେବୀ ପାଇଲେ ଅଧରପଣା । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ।

ପୂର୍ବରୁ ଦଶମୀ, ଏକାଦଶୀ ଓ ଦ୍ୱାଦଶୀରେ ତିନିଥର ଠାକୁରଙ୍କ ଅଧରପଣା ନୀତି ହେଉଥିଲା କିନ୍ତୁ ବର୍ତମାନ ଏହା କେବଳ ଥରେ ହିଁ କରାଯାଉଛି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିବା ପରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ଲାଗି ହୋଇଛି । ଆସନ୍ତାକାଲି ରତ୍ନବେଦୀଙ୍କୁ ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି ।