କଦଳୀ ପତ୍ର କିଣିବା ପାଇଁ ପାଖରେ ନଥିଲା ଟଙ୍କା, ଚଟାଣ ସଫା କରି ଭୋଜନ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ । ଏଭଳି ଥିଲା ତାଙ୍କର ସଂଘର୍ଷମୟ ଜୀବନ

77

ଶିକ୍ଷାର ଅର୍ଥ କେବଳ ପାଠ୍ୟ ପୁସ୍ତକ ଜ୍ଞାନ ଦେବା ନୁହେଁ । କିନ୍ତୁ ବୈାଦ୍ଧିକ ଜ୍ଞାନ ଓ ଲୋକତାନ୍ତ୍ରିକ ଭାବନାର ମହତ୍ୱ ଅଛି କାହିଁକିନା ଏହି ଭାବନା ସହିତ ଛାତ୍ର ଉତ୍ତରଦାୟୀ ନାଗରିକ ବନେ । ଯେ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ପ୍ର୍ରତି ସଂପୁର୍ଣ୍ଣ ଭାବେ ସମର୍ପିତ ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଶିକ୍ଷାର ମିଶନ ପୁରା ହୋଇପାରିବନି । ଏହା କହିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଦାର୍ଶନିକ ତଥା ଶିକ୍ଷାବିତ୍ ଡା. ରାଧାକ୍ରିଷ୍ଣନ, ତାଙ୍କର ଜନ୍ମ ଦିବସ ଅର୍ଥାତ୍ ୫ ସେପ୍ଟେମ୍ବରକୁ ଦେଶରେ ଶିକ୍ଷକ ଦିବସ ପାଳନ କରାଯାଏ ।

ରାଜନୀତିକୁ ଆସିବା ପୂର୍ବରୁ ନିଜ ଜୀବନର ୪୦ ବର୍ଷ ଶିକ୍ଷକତାକୁ ଦେଇଥିଲେ । ରାଧାକ୍ରିଷ୍ଣନଙ୍କ କହିବାନୁସାରେ ଶିକ୍ଷାର ଅନ୍ତିମ ପର୍ଯ୍ୟନ୍ତ ମଣିଷ କେବେ ବି ପହଂଚିପାରିବନି, ସେଥିପାଇଁ ମଣିଷ ଜୀବନରେ ଜଣେ ଶିକ୍ଷକ ହେବା ବହୁତ ଜରୁରୀ ।

ପ୍ରାରମ୍ଭିକ ଦିନରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମାସକୁ ୧୭ ଟଙ୍କା ରୋଜଗାର କରୁଥିଲେ । ଏହି ଦରମାରେ ସେ ନିଜ ପରିବାରର ପାଳନ ପୋଷଣ କରୁଥିଲେ । ତାଙ୍କ ପରିବାରରେ ୫ ଜଣ ଝିଅ ଓ ଗୋଟିଏ ପୁଅ ଥିଲେ । ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ସେ ଟଙ୍କା ଉଧାର ଆଣିଥିଲେ, କିନ୍ତୁ ଠିକ୍ ସମୟରେ

ସୁଧ ସହିତ ଟଙ୍କା ଫେରାଇ ନପାରିବାରୁ ତାଙ୍କୁ ତାଙ୍କର ମେଡ଼ାଲ ବିକ୍ରି କରିବାକୁ ପଡ଼ିଥିଲା । ସେ ଏତେ ଗରୀବ ଥିଲେ ଯେ, କଦଳୀ ପତ୍ରରେ ତାଙ୍କ ପରିବାର ଭୋଜନ କରୁଥିଲା । ଥରେ ରାଧାକ୍ରିଷ୍ଣନଙ୍କ ପାଖରେ କଦଳୀ ପତ୍ର କିଣିବା ପାଇଁ ଟଙ୍କା ନଥିଲା, ସେତେବେଳେ ସେ ଚଟାଣକୁ ସଫା କରି ସେଠି ଭୋଜନ କରିଥିଲେ ।