ଆଉ ଦରକାର ହେବନି ଆଧାରକାର୍ଡ ! ଜୁନ୍ ୧ରୁ ଆରମ୍ଭ ହେବ ଭର୍ଚୁଆଲ ଆଇଡି, ଜାଣନ୍ତୁ ଏହାର କାମ କଣ । 

Advertisment
ଆଉ ଦରକାର ହେବନି ଆଧାରକାର୍ଡ ! ଜୁନ୍ ୧ରୁ ଆରମ୍ଭ ହେବ ଭର୍ଚୁଆଲ ଆଇଡି, ଜାଣନ୍ତୁ ଏହାର କାମ କଣ । 

image courtesy - afternoonvoice.com

ଆଧାରକାର୍ଡ ହୋଇଯିବ ଅଦରକାରୀ । ୟୁଆଇଡିଏଆଇ ଏଥିରେ କିଛି ପରିବର୍ତ୍ତନ କରିବ । ଆଧାର ଡାଟାକୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଧାର ଡାଟା ଲିକ୍ ହେବା ଖବରକୁ ନେଇ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି। ୟୁଆଇଡିଏଆଇ ଭର୍ଚୁଆଲ ଆଇଡି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ କେତେକ ସୁବିଧାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଆଧାର ଡାଟା ଲିକ୍ ହେବା ପରେ ସରକାର ବି ଆଧାର ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିବା ପାଇଁ ଜୋର ଦେଇଛନ୍ତି। ‘ଭର୍ଚୁଆଲ ଆଇଡି’ ଆଧାର ଡାଟାକୁ ସୁରକ୍ଷିତ ରଖିବା ପାଇଁ ଜାରି କରାଯାଇଛି।
publive-image
ତେବେ ଏହି ଆଧାର ଭର୍ଚୁଆଲ ଆଇଡି କ’ଣ ? ସାଧାରଣଲୋକ ଏହାକୁ କିପରି ବ୍ୟବହାର କରିବେ? ଏହି ନୂଆ ଆଇଡିକୁ କିଭଳି ପ୍ରସ୍ତୁତ କରାଯିବ ?
ଆସନ୍ତୁ ଜାଣିବା ଭର୍ଚୁଆଲ ଆଇଡି କ’ଣ ?
ଆଧାର ଭର୍ଚୁଆଲ ଆଇଡି ଟେମ୍ପରାରି ନମ୍ବର ହୋଇଥାଏ। ଏଥିରେ ୧୬ଅଙ୍କ ବିିଶିଷ୍ଟ ନମ୍ବର ହୋଇଥାଏ। ୟୁଆଇଡିଏଆଇ ବ୍ୟବହାରକାରୀଙ୍କ ପ୍ରତ୍ୟେକ ଆଧାରରେ ଏକ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବ। ଯଦି ଆପଣଙ୍କୁ କୌଣସି ସ୍ଥାନରେ ଆଧାର ଡିଟେଲ ପାଇଁ ୧୨ଅଙ୍କ ଦେବାକୁ ପଡ଼ିବ ସେହି ସ୍ଥାନରେ ୧୬ଅଙ୍କ ଭର୍ଚୁଆଲ ଆଇଡି ଦେଇପାରିବେ। ଭର୍ଚୁଆଲ ଆଇଡି ଜେନରେଟ କରିବା ସୁବିଧା ଜୁନ୍ ୧ରୁ ଅନିବାର୍ୟ୍ୟ ହୋଇଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe