କନକବ୍ୟୁରୋ:ଭବନୀପାଟଣାରେ ପ୍ରଚାର କରି କଳାହାଣ୍ଡିକୁ ଅଭାବୀର ଭୂଖଣ୍ଡ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିକୁ ସୁଯୋଗ ଦେଲେ ୫ରୁ ୮ ବର୍ଷ ମଧ୍ୟରେ ବଦଳିବ କଳାହାଣ୍ଡିର ଚିତ୍ର । ଏଭଳି କହି ସେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ।
ବିଜେପି ସରକାରକୁ ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ ସମସ୍ତଙ୍କୁ ଆୟୁଷ୍ମାନ କାର୍ଡର ସୁବିଧା ମିଳିବ ବୋଲି ରାଜନାଥ ସିଂହ କହିଛନ୍ତି । ଭବାନୀପାଟଣା ଏଲବିଏସ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ଏପରି କିଛି କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ଆଉ କିଛି ସମୟ ପରେ ରାୟଗଡ଼ାର ବାରିଝୋଳ ରୋଡରେ ଥିବା ଆଇଏସିଆର ପଡିଆରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/33-7.jpg)