ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ପେପର ଲିକ ପ୍ରସଙ୍ଗ ଉଠାଇ କହିଲେ, ଘଟଣାରେ ହେବ ନିରପେକ୍ଷ ଯାଞ୍ଚ ।

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ପେପର ଲିକ ପ୍ରସଙ୍ଗ ଉଠାଇ କହିଲେ, ଘଟଣାରେ ହେବ ନିରପେକ୍ଷ ଯାଞ୍ଚ ।

କନକ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଏଥିସହ ଗ୍ରାମୀଣ ତଥା କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର ବିଷୟରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

  • ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ
  • ଅଭିଭାଷଣରେ ନିଟ୍ ପ୍ରଶ୍ନପତ୍ର ଲିକକୁ ନେଇ ଚିନ୍ତା

ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ସଂସଦର ମିଳିତ ଅଧିବେଶନକୁ ଉଦବୋଧନ୍ ଦେଇ ରାଷ୍ଟ୍ରପତି ମୁର୍ମୁ ଏହି ସମ୍ୱେଦନଶୀଳ ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ନିଟ୍ – ୟୁଜି ପେପର ଲିକ୍ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଆମ ସରକାର ପ୍ରତିବଦ୍ଧ। ପେପର ଲିକ୍ ରୋକିବାକୁ ଆମ ସରକାର କଡା ଆଇନ ଆଣିଛନ୍ତି। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ।

ରାଷ୍ଟ୍ରପତି ନିଜ ଅଭିଭାଷଣରେ ମହିଳା, କୃଷି ଓ ସ୍ୱାସ୍ଥ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଗ୍ରାମୀଣ କୃଷି କ୍ଷେତ୍ରରେ ହୋଇଥିବା ସଂସ୍କାର ଉପରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଆମ ସରକାର କୃଷି ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋ ସରକାର ଦେଶର କୃଷକମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ଆଜିର ଭାରତ ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛନ୍ତି। ୧୮ତମ ଲୋକସଭାର ସ୍ୱତନ୍ତ୍ର ଅଧିବେଶନକ ଚତୁର୍ଥ ଦିନରେ ସଂଦର ଉଭୟ ଗୃହକୁ ସମ୍ୱୋଧନ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫୦ ମିନିଟ୍ ଧରି ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe