କନକ ବ୍ୟୁରୋ: ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଥିଲେ । ବିଶେଷ ଭାବରେ ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିିକ ପ୍ରୋତ୍ସାହନ ଯୋଜନା(ପିଏଲଆଇ) ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ସ୍ୱଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଦେଶରେ ଏକ ନୂତନ ବେନିର୍ମାଣ ପରିସଂସ୍ଥାନର ବିକାଶ କରିବାକୁ ସେ ଆହ୍ୱାନ କରିଛନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ(ଆଇଆଇଏମ୍)ର ୭୪ତମ ବାର୍ଷିକ ବୈଷୟିକ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଧାତବ ପଦାର୍ଥ ଏବଂ ଖଣି କ୍ଷେତ୍ର ଆତ୍ମନିର୍ଭର ଭାରତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଅଭିବୃଦ୍ଧିର କ୍ଷେତ୍ର ଧାତବ ପଦାର୍ଥ ଏବଂ ଖଣିର ଅପାର କ୍ଷମତା ରହିଥିବା ବେଳେ ଏହା ଅର୍ଥନୀତିକୁ ମଧ୍ୟ ବିକାଶ କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଗଣତନ୍ତ୍ରର ମନ୍ଦିରରେ ସମ୍ପତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା କଥା କହିଛନ୍ତି । ଯଦି ଶିଳ୍ପ ସମୂହ, ସରକାର ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ସମାଜ ଓ ଦେଶର ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବେ ତେବେ ଆମେ ନିଶ୍ଚିତ ଭାବରେ ଆତ୍ମନିର୍ଭର ଭାରତର ଦୂରଦୃଷ୍ଟିକୁ ସଠିକ୍ ଭାବରେ ଅନୁଧ୍ୟାନ କରିପାରିବା । ସେ କହିଛନ୍ତି ଯେ ଭାରତରେ ଅପାର ସମ୍ଭାବନା ରହିଛି । ଦେଶରେ ଥିବା ପ୍ରାକୃତିକ ସମ୍ପଦର ଅଧିକାରୀ ଏଠାକାର ନାଗରିକମାନେ । ତେଣୁ ଏହି ପ୍ରାକୃତିକ ସମ୍ପଦର ଆବଂଟନ ପାଇଁ ସ୍ୱଚ୍ଛ ଓ ମେକାନିଜମ୍ ଆଧାରକୁ ଆମେ ଗ୍ରହଣ କରିଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/dp.jpg)