ଓଡିଶାରେ ୩ ହଜାର କୋଟି ନିବେଶ କରିବ ରିଲାଏନ୍ସ । ଡିଜିଟାଲ ଭିତ୍ତିଭୂମିରେ ହେବ ପୁଂଜିନିବେଶ

ଡାଟା ବ୍ୟହାରରେ ଓଡ଼ିଶା ଦେଶରେ ସବୁଠୁ ଆଗରେ

266

କନକ ବ୍ୟୁରୋ: ରିଲାଏନ୍ସ ଗ୍ରୁପ ରାଜ୍ୟରେ ଅଧିକ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି । ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ତାଙ୍କ ବାପା ଧୀରୁଭାଇ ଅମ୍ବାନି ଓ ବିଜୁ ପଟ୍ଟନାୟକ ଦୁଇ ବନ୍ଧୁ ଥିଲେ । ରିଲାଏନ୍ସ ଜିଓ ଜରିଆରେ ରିଲାଏନସ ଓଡିଶାର ପୁଞ୍ଜିନିବେଶ କରିଛି । ପୂର୍ବରୁ ରାଜ୍ୟରେ ୬ ହଜାର କୋଟିର ପୁଞ୍ଜିନିବେଶ କରିସାରିଛି । ଡିଜିଟାଲ ଭିତିଭୂମିରେ ବି ପୁଞ୍ଜିନିବେଶ ହେବ ।

 

ସେହିଭଳି ମେକ୍ ଇନ୍ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟରେ ଆଗାମୀ ୨ ବର୍ଷରେ ୨ ବିଲିୟନ ଡଲାର ପୁଞ୍ଜିନିବେଶ କରିବ । ଭୁବନେଶ୍ୱରରେ ମେକ୍ଇନ ଓଡିଶା କନକ୍ଲେଭର ପ୍ଲେନାରୀ ସେସନ ଯୋଗଦେଇ ଏହି ବଡ ପୁଞ୍ଜିନିବେଶ କଥା ଘୋଷଣା କରିଛନ୍ତି ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା । କୁମାର ମଙ୍ଗଳମ କହିଛନ୍ତି, ଓଡିଶା ସହିତ ତାଙ୍କର ସମ୍ପର୍କ ପୁରୁଣା । ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର କଳାକୃତିକୁ ବି ସେ ପ୍ରଂଶସା କରିଛନ୍ତି । ଏଥିରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଦେଶର ୨୫ଜଣ ବଡ ବଡ ଶିଳ୍ପପତି ଯୋଗଦେଇଛନ୍ତି । ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ବି ଉପସ୍ଥିତ ଅଛନ୍ତି ।

 

ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଲିଡରସିପ ସମିଟରେ ଯୋଗ ଦେଇ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିନ୍ଦଲ । ଏହାସହ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଥିବା ବେଳେ ସେ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଶହେ ମିଲିୟନ ଟନର ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ହେବ ଏବଂ ଏହାଦ୍ୱାରା ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ଜିନ୍ଦଲ ।

ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି । ଜନତା ମଇଦାନରେ ଆୟୋଜିତ ଏହି ୫ ଦିନିଆ କନକ୍ଲେଭରେ ବିଶେଷ କରି ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଦ୍ୟୋଗ କ୍ଷେତ୍ରରେ  ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଜିଂନିବେଶ ହେବାର ଆଶା କରାଯାଇଛି । ଯାହାକି ବହୁ ପରିମାଣରେ କର୍ମ ନିଯୁକ୍ତି ହେବାର ସଂଭାବନା ଅଛି । କେବଳ ପୁଂଜିନିବଶେ ନୁହେଁ ଓଡିଶାକୁ ଦେଶ ବିଦେଶରେ ଏକ ନୁତନ ପରିଚୟ ଦେବାକୁ ଏଭଳି ଏକ କନକ୍ଲେଭର ଆୟୋଜନ କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜନେସ୍ ଲିଡରସିପ ସମିଟ୍, ଷ୍ଟାର୍ଟଅପ ଟକ, ଟେକ୍ ଟକ, ସିଏସ୍ଆର ଆୱାର୍ଡ ଆଦି ଅନୁଷ୍ଟିତ ହେବ ।