କନକ ବ୍ୟୁରୋ: କେନ୍ଦ୍ରୀୟ ଲୋକସଭା ଆୟୋଗ (ୟୁପିଏସସି) ସିଭିଲ ସର୍ଭିସ୍ ପରୀକ୍ଷାରେ ଅଧିକ ଥର ଉଦ୍ୟମ ପାଇଁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ଜଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୟୁପିଏସସି ୨୦୨୧ ପ୍ରିଲିମ ପାସ୍ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାରୁ ମେନ୍ ପରୀକ୍ଷାର ସମସ୍ତ ପେପର ପରୀକ୍ଷା ଦେଇପାରିନଥିବା ୩ ଆଶାୟୀ ପ୍ରାର୍ଥୀଙ୍କ ପିଟିସନର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜବାବ ଦିଆଯାଇଛି ।

Advertisment

ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ଦେବାକୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅତିରିକ୍ତ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ସତ୍ୟପାଠ ଜରିଆରେ ଜଷ୍ଟିସ୍ ଏ.ଏମ.ଖାନୱିଲକର ଓ ଏ.ଏସ୍. ଓକାଙ୍କ ଖଣ୍ଡପୀଠକୁ କହିଥିଲେ । ପରୀକ୍ଷା ଦେଇପାରିନଥିବା ଆଶାୟୀଙ୍କ ନିମନ୍ତେ ପୁନଃ ପରୀକ୍ଷା ଆୟୋଜନ କରିବା ବ୍ୟବସ୍ଥା ନାହିଁ ବୋଲି ନିକଟରେ ୟୁପିଏସିି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ ।