କନକ ବ୍ୟୁରୋ : ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଟଙ୍କା ଖଣି । ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ ଓ ଅଫିସ୍ ସମେତ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ।

Advertisment

ଘରୁ ମିଳିଲା ନଗଦ କୋଟିଏ

- ଚଢାଉ ସମୟରେ ସାଢେ ୫ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ
- ଭୁବନେଶ୍ୱରରେ ଉମେଶ ଜେନାଙ୍କ ରହିଛି ତିନି ମହଲା କୋଠା
- କେନ୍ଦୁଝରର ବିଭିନ୍ନ ସ୍ଥାନରେ ରହିଛି ତିନିଟି ବଡ଼ ବଡ଼ ଅଟ୍ଟାଳିକା
- କେନ୍ଦୁଝରର ପ୍ରମୁଖ ସ୍ଥାନରେ ରହିଛି ୫ଟି ଦାମୀ ପ୍ଲଟ
- କେନ୍ଦୁଝର ଘର ଜବତ କରାଯାଇଛି ନଗଦ ୧ କୋଟି ଟଙ୍କା
- ଭିଜିଲାନ୍ସକୁ ମିଳିଛି ୬୫୦ ଗ୍ରାମର ସୁନା ଅଳଙ୍କାର
- ଗୋଟିଏ ଦାମୀ କାର ଓ ୨ଟି ବାଇକ୍ ଜବତ ହୋଇଛି
- ବୀମା, ବ୍ୟାଙ୍କ ପୋଷ୍ଟାଲ ଜମା ଓ ଲକର ଯାଂଚ ଚାଲିଛି
- ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ବେନାମୀ ସମ୍ପତ୍ତି ରହିଛି