ଟିକା ନେଲେ ଅତିରିକ୍ତ ଶାସନ ସଚିବ : କରୋନାରୁ ସୁରକ୍ଷିତ ରହିବାକୁ ଓ ଟିକା ନେବାକୁ ଦେଲେ ଆହ୍ୱାନ

40

କନକ ବ୍ୟୁରୋ : ଅତିରିକ୍ତ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଆଜି କରୋନା ଟିକା ନେଇଛନ୍ତି । ଏହି ଟିକା ନେବା ପରେ ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ସୁରକ୍ଷିତ । କରୋନା ଭୂତାଣୁ ଦାଉରୁ ସୁରକ୍ଷିତ ରହିବାକୁ ହେଲେ ଉଭୟ ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏଣେ ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ଜିଲ୍ଲାପାଳ, ସିଡିଏମ୍ଓ, କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାର ହସ୍‌ପିଟାଲଙ୍କୁ ଚିଠି ଲେଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଚିଠିରେ ନିର୍ଦ୍ଦେଶ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ ।କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି । ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।