କନକ ବ୍ୟୁରୋ : ଚଟାଣରୁ ଆରମ୍ଭ କରି ସିଲିଂ ଯାଏଁ । କପବୋଡରୁ ଆରମ୍ଭ କରି ଝୁମର ପର୍ୟ୍ୟନ୍ତ । ସବୁ ଖାଲି ଚକାଚକ । ଘରର ଯୁଆଡେ ଦେଖିବେ ଆଖି ଝଲସିଯିବ । ମନ ଲାଖିକି ରହିଯିବ । ଏହି ଆଲିସାନ ବଙ୍ଗଳାକୁ ଦେଖି ଆପଣ ଭାବୁଥିବେ ଏହା କୌଣସି ବଲିଉଡ ଷ୍ଟାରଙ୍କ ଘର । କିନ୍ତୁ ସତ ହେଉଛି ଇଏ ହେଉଛି ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଘର । ଜଣେ ସରକାରୀଙ୍କ ବାବୁଙ୍କ ଘର ତ ଦେଖିଲେ ଏବେ ଟିକିଏ ସୁନା ଉପରେ ନଜର ପକାନ୍ତୁ । ରାଜଧାନୀର ପ୍ରମୁଖ ଦୋକାନରୁ କିଣା ହୋଇଥିଲା ନୂଆ ନୂଆ ଡିଜାଇନର ଭଳିକି ଭଳି ସୁନା । ମୁଦିରୁ ଆରମ୍ଭ କରି ଚୂଡି ଯାଏଁ , ଚେନରୁ ଆରମ୍ଭ କରି ହାର ପର୍ୟ୍ୟନ୍ତ । ବାବୁଙ୍କୁ ସୁନାର ଏତେ ସଉକ ଥିଲା ଯେ କେବଳ ଘର ଭିତରୁ ମିଳିଲା କେଜିଏ ସୁନା । ଆଉ ତା ସହିତ ଭଳିକି ଭଳି ଘଂଟା ।

Advertisment

-ମିଳିଲା ୪୨ ପ୍ଲଟ ସହ କ୍ରସର
ମେଡିସିନ ଦୋକାନରେ ଜିଏସଟି ରେଡ୍
କୁବେର ଅଫିସରଙ୍କ ଅମାପ ସମତ୍ତିର ତାଲିକା ଦେଇଛି ଭିଜିଲନ୍ସ ବିଭାଗ
-ଭୁବନେଶ୍ବରରେ ୩ଟି ଓ ଭଦ୍ରକରେ ରହିଛି ବିଳାସପୂର୍ଣ୍ଣ କୋଠା
-ଭୁବନେଶ୍ବର, କଟକ, ଖୋର୍ଦ୍ଦା, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରରେ ୪୨ ଟି ପ୍ଲଟ ଠାବ
-ନୟାପଲ୍ଲୀରେ ଏକ ମେଡିସିନ ଷ୍ଟୋର
-ଢେଙ୍କାନାଳରେ କ୍ରସର
-୮୮ ଲକ୍ଷ ଟଙ୍କାର ଜମାରାଶି
ଏବେ ସୁଦ୍ଧା ବାବୁଙ୍କ ସମ୍ପତ୍ତି ୫ କୋଟି ଛୁଇଁଥିବାବେଳେ ବ୍ୟାଙ୍କ ଲକର, ବୀମା ଓ ବ୍ୟାଙ୍କ ଆକାଂଉଟର ହିସାବ ଚାଲିଛି ।

ତାଳଦଣ୍ଡା କେନାଲ ଓ ବାରବାଟୀ ଷ୍ଟାଡିୟମ କାମରେ ବାବୁ କୋଟି କୋଟି ଟଙ୍କା ହଡପ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ସରକାରୀ ବାବୁଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ମିଳୁଛି । ତଥାପି ଲୋକଙ୍କ ଟଙ୍କା ଖାଇ କୁବେର ପାଲଟିଛନ୍ତି ଅଫିସର ।