କନକ ବ୍ୟୁରୋ: ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନେଇ ଭିଜିଲାନ୍ସ ଅଧିକ ପଚରା ଉଚୁରା କରିବ । ତେବେ ଚଢାଉ ସମୟରେ ତାଙ୍କ ପାଖରେ ୮ଟି ପ୍ଲଟ୍ ସହ କ୍ରିପ୍ଟୋ କରେନ୍ସିରେ ୫ କୋଟି ଟଙ୍କାର ସେୟାର ଥିବା ଜଣାପଡିଥିଲା । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Advertisment

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ । ଭିଜିଲାନ୍ସ ନିହାରଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ନିହାରଙ୍କ ନାଁରେ ଏକାଧିକ ଜାଗା ରହିଥିବା ଜଣାପଡ଼ିଥିଲା। ଚଢ଼ାଉ ବେଳେ ଭିଜିଲାନ୍ସ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ପୁଳା ପୁଳା ସୁନା ଗହଣା, କିଛି ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲା । ଏହାସହ ଲକ୍ଷାଧିକ ଟଙ୍କାର ଘରବାଡ଼ି ମଧ୍ୟ ଜବତ କରିଥିଲା ଭିଜିଲାନ୍ସ । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ବଡ଼ କଥା ହେଲା, ଆଉ କିଛି ଦିନ ପରେ ଅବସର ନେଇଥାନ୍ତେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । କିନ୍ତୁ ଠିକ୍ ପୂର୍ବରୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଏହି ସରକାରୀ ବାବୁ । ଆଉ ଏହି ଚଢ଼ାଉ ବେଳେ କ୍ରିପ୍ଟୋ କରେନ୍ସି ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା ।