ସୁପରହିଟ ଚଳଚ୍ଚିତ୍ର ‘ପଦ୍ମାବତ୍’ ରିଲିଜ୍ ହେବା ପରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକାଙ୍କ ପରି ଆଲ୍ଲାଉଦ୍ଦିନ ଖିଲିଜଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରଣବୀର ସିଂହଙ୍କର ଚାହିଦା ବି କିଛି କମ୍ ନାହିଁ। ବହୁ ଦର୍ଶକ ତାଙ୍କ ପ୍ରିୟ ଅଭିନେତାଙ୍କ ତାଲିକାରେ ରଣବୀରଙ୍କ ନାମ ସାମିଲ୍ କରିଛନ୍ତି। ଖାଲି ସେତିକି ନୁହେଁ, ରଣବୀର ବି ଏହି ଚାହିଦାର ଫାଇଦା ଉଠାଇ ନିଜର ଦର ଟିକେ ବଢ଼ାଇ ଦେଇଛନ୍ତି। ଏପରିକି ୫, ୭ ମିନିଟ୍ର ପର୍ଫମାନ୍ସ ପାଇଁ କୋଟି କୋଟି ଟଙ୍କା ଦାବି କରୁଛନ୍ତି ରଣବୀର।
ମାତ୍ର ଏବେ ଯେଉଁ କଥା ଆଲୋଚନା କରିବାକୁ ଚାହୁଁଛୁ ତାହା ଶୁଣିଲେ ଆପଣଙ୍କୁ ମଜା ଲାଗିବ ନିଶ୍ଚୟ। ହରର୍ ଚଳଚ୍ଚିତ୍ର ‘୧୯୨୦’ରେ ନଜର ଆସିଥିବା ଆଦା ଶର୍ମାଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ତେବେ, ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିବଣି ଯେ କ୍ୟୁଟି ଆଦା ଏପରି କ’ଣ କହିଲେ କି? ନିକଟରେ ଏକ ସାକ୍ଷାତକାରରେ ଆଦାଙ୍କୁ ରାପିଡ୍ ଫାୟାର୍ ରାଉଣ୍ଡ୍ ସାମ୍ନା କରିବାକୁ ପଡ଼ିଥିଲା। ସେହି ରାପିଡ୍ ଫାୟାର୍ ରାଉଣ୍ଡରେ ପ୍ରଶ୍ନର ଉତ୍ତର ଦେଇ ଆଦା କହିଥିଲେ କି ସୁଯୋଗ ମିଳିଲେ ସେ ରଣବୀର ସିଂହଙ୍କ ବେଡରୁମକୁ ଯିବାକୁ ପସନ୍ଦ କରିବେ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/Heart-attack-Fame-Adah-Sharma-latest-Photoshoot-stills-No-Watermark-3.jpg)