ଲଣ୍ଡନରୁ ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା । ଦ୍ରୁତ ଗତିରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ । ଖୁବଶୀଘ୍ର ଫେରିବେ ଭାରତ

151

କନକ ବ୍ୟୁରୋ : ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କିଛିଦିନ ଭିତରେ ଲଣ୍ଡନରୁ ଫେରି ଆସିବେ । ଏହାସହ ପୁଣେ ସ୍ଥିତ ପ୍ଲାଣ୍ଟରେ ଦ୍ରୁତଗତିରେ ଚାଲିଛି କୋଭିସିଲ୍ଡ ଟିକାର ଉତ୍ପାଦନ । ଏଭଳି କିଛି ସୂଚନା ଦେଇଛନ୍ତି ଆଦର ପୁନାୱାଲା ।
ପୁନେୱାଲା କହିଛନ୍ତି କି ଭାରତ ଫେରିବା ପରେ ସେ କୋଭିସିଲ୍ଡ ଟିକା ଉତ୍ପାଦନର ସମୀକ୍ଷା କରିବେ । କହିରଖୁ କି କିଛିଦିନ ପୂର୍ବରୁ ଅଚାନକ ପୁନାୱାଲା ଲଣ୍ଡନ ଚାଲିଯାଇଥିବା ଖବର ଆସିଥିଲା । ଲଣ୍ଡନରୁ ଅଦାର ପୁନାୱାଲା ଖବର ସରବରାହ ସଂସ୍ଥା ‘ଦ ଟାଇମ୍ସ’ କୁ ଚମକାଇଦେଲା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କି ଭାରତରେ ତାଙ୍କୁ ଧମକ ମିଳୁଥିଲା ।
କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଲଣ୍ଡନରେ ପହଂଚିବା ପରେ ଚମକାଇ ଦେବା ଭଳି ବୟାନ ଦେଇଛନ୍ତି । ‘ଦ ଟାଇମ୍ସ’ କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି କି ଭାରତରେ ତାଙ୍କୁ କୋଭିସିଲ୍ଡ ଟିକା ପାଇଁ ଅନେକ ଲୋକ ଫୋନ କରୁଥିଲେ । ଏହା ମଧ୍ୟରେ ଅନେକ ପ୍ରଭାବଶୀଳୀ ଲୋକ ତାଙ୍କୁ ଧମକ ଚମକ ଦେଉଥିଲେ ।

ସବୁଠାରୁ ବଡକଥା ଆଦର ପୁନାୱାଲାଙ୍କୁ ମିଳୁଥିବା ଧମକ ଚମକ ଭାରତର କିଛି ପ୍ରଭାବଶାଳୀ ଲୋକ ଦେଉଥିଲେ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ଫୋନ କଲ କରି ଧମକ ଦେଉଥିବା ଲୋକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଇଣ୍ଡଷ୍ଟ୍ରିଜ ଚେମ୍ବର୍ସ ପ୍ରମୁଖଙ୍କ ସହ ଆହୁରି ଅନେକ ପ୍ରଭାବଶାଳୀ ଲୋକ ରହିଛନ୍ତି । ସେମାନେ ଫୋନ କରି ତୁରନ୍ତ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ପ୍ରଭାବ ପକାଉଥିଲେ । ଅନ୍ୟପଟେ ସେ ଭ୍ୟାକ୍ସିନ ନିର୍ମାଣକୁ ବିସ୍ତାର କରିବାକୁ ସେ ଲଣ୍ଡନ ଆସିଛନ୍ତି ।
ଅନ୍ୟପଟେ ସେ ଲଣ୍ଡନରେ ପହଂଚିବା ପରେ କମ୍ପାନୀର ଭାଗିଦାରୀ ଓ ଷ୍ଟକ ହୋଲଡର୍ସ ମାନଙ୍କ ସହ ବ୍ରିଟେନରେ ଏକ ବୈଠକ କରିଛନ୍ତି । ଏହି ବୈଠକ ବେସ ସଫଳ ହୋଇଥିବା କଥା ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ସେପଟେ ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଆଦର ପୁନାୱାଲା ଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ସୁରକ୍ଷା ପ୍ରକ୍ରିିୟାରେ ୧୧ ଜଣ ଯବାନ ରହିଥାନ୍ତି. ଯେଉଁଥିରେ ଜଣେ କିମ୍ବା ୨ ଜଣ କମାଣ୍ଡର ସ୍ତରୀୟ ଅଫିସର ଓ ପୋଲିସ କର୍ମୀ ରହିଥାନ୍ତି । ତାଙ୍କୁ ଏହି ସୁବିଧା କେବଳ ଭାରତ ଭିତରେ ମିଳିବ ବୋଲି ଗୃହମନ୍ତ୍ରଣାଳୟ କହିଥିଲା ।