ଭାରତ ପରେ ବ୍ରିଟେନରେ କାରବାର ବଢାଇବେ ଆଦର ପୁନାୱାଲା । ଟିକା ଉତ୍ପାଦନରେ କରିବେ ୨,୪୫୭ କୋଟି ଟଙ୍କା ନିବେଶ

179

କନକ ବ୍ୟୁରୋ : କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା ପୁଣେର କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଆଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର ଏକ ସେଲ୍ସ ଅଫିସ ଖୋଲିବ । ଏହା ସହ ଭ୍ୟାକ୍ସିନ ଉତ୍ପାଦନ ଓ କାରବାର ବୃଦ୍ଧି କରିବ । ଏଥିପାଇଁ କମ୍ପାନୀ ବ୍ରିଟେନରେ ୨,୪୫୭.୧୯ କୋଟି ଟଙ୍କା ନିବେଶ କରିବ । ଏହି ନିବେଶ ଫଳରେ ଭାରତ ଓ ବ୍ରିଟେନ୍ ମଧ୍ୟରେ କାରବାର ବୃଦ୍ଧି ହେବ ।

ଏହି ନିବେଶ ମାଧ୍ୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ କ୍ଲିନିକାଲ ଟ୍ରାଏଲର ବୃଦ୍ଧି ସହିତ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଉପରେ ଧ୍ୟାନ ଦେବ ବୋଲି କହିଛି । ଏହାସହିତ କରୋନା ମହାମାରୀରୁ ବିଶ୍ୱକୁ ରକ୍ଷା କରିବାକୁ ଭ୍ୟାକ୍ସିନ ଉତ୍ପାଦନ କ୍ଷମତା ବି ବୃଦ୍ଧି କରାଯିବ ବୋଲି କୁହାଯାଇଛି ।

କମ୍ପାନୀର ନୂଆ ସେଲ୍ସ ଅଫିସ ମାଧ୍ୟମରେ ୧୦୨ ଅରବ ଟଙ୍କାର ନୂଆ କାରବାର ହେବ ବୋଲି ଆଶା କରାଯାଇଛି । ସେରମ୍ଇନଷ୍ଟିଚ୍ୟୁଟ୍ ବ୍ରିଟେନର ଫୁଡଜେନିକ୍ସ ହଂକ ସହ ମିିଳିତ ଭାବେ କୋଭିଡ -୧୯ର ନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି ।

ଡାଓନିଂ ଷ୍ଟ୍ରିଟ୍ ପକ୍ଷରୁ ଘୋଷଣା କରାଯାଇଛି କି, ଇଣ୍ଡିଆ-ୟୁକେ ଟ୍ରେଡ ପାଟନରସିପ୍ ମଧ୍ୟରେ ବ୍ରିଟେନରେ ୬.୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମଧ୍ୟରେ ଏକେ ବୈଠକ ଅନୁଷ୍ଠିତ ହେବ ।