କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଗତକାଲିଠାରୁ ରଥାରୂଢ଼ ହୋଇ ମହାପ୍ରଭୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବା ପରେ ସଂଧ୍ୟାରେ ଆଡ଼ପ ପହଣ୍ଡି ନୀତି ସଂପନ୍ନ ହୋଇଛି। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଏଥିପାଇଁ ଜନ୍ମବେଦୀ ହୋଇ ଉଠିଛି ଉତ୍ସବମୁଖର । ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ। ଭକ୍ତଙ୍କ ଆବେଗକୁ ଆଖିରେ ରଖି ସକାଳୁ ନୀତିକାନ୍ତି ଶେଷ କରି ଆଡ଼ପ ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।
/kanak/media/post_attachments/wp-content/uploads/2019/07/Untitled-41.jpg)
/kanak/media/post_attachments/wp-content/uploads/2019/07/Pahandire-Jagannath1-750x430.jpg)
/kanak/media/post_attachments/wp-content/uploads/2019/07/RATHA.png)
/kanak/media/post_attachments/wp-content/uploads/2019/07/Jagga.png)