ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ରଥ ଉପରେ ନୀତିକାନ୍ତି ଶେଷ ହେବାପରେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ରଥାରୁଢ ତିନିଠାକୁର ।

188

କନକ ବ୍ୟୁରୋ: ପୁରୀରେ ଗୁଣ୍ଡିଚାବାଡିରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ନୀତିକାନ୍ତି ସରିବା ପରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ରଥାରୁଢ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ ।

ଆଡପ ମଣ୍ଡପ ବିଜେ ପୂର୍ବରୁ ରଥାରୁଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିନିର୍ଘଣ୍ଟ ଶେଷ ହୋଇଥିଲା । ପ୍ରଥମେ ମଦନମୋହନ ପହଣ୍ଡି, ପରେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ଏବେ ଗୋଟି ପହଣ୍ଡି କରି ଯାଉଛନ୍ତି ବଡ଼ ଭାଇ ବଳଭଦ୍ର । ପଛେ ପଛେ ଆସୁଛନ୍ତି ଗେହ୍ଲୀ ଭଉରଣୀ ସୁଭଦ୍ର, ଏହପରେ କାଳିଆ ହାତୀ ଝୁଲି ଝୁଲି ଟାହିଆ ହଲାଇ ଆଡପମଣ୍ଡପ ବିଜେ କରିବେ ।

ଗତକାଲି ଭଳି ଆଜି ବି କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତୀ ରଥରୁ ଗୋଟି ପହଁଣ୍ଡିରେ ଜନ୍ମବେଦୀ ବା ଆଡପ ମଣ୍ଡପକୁ ବିଜେ କରୁଛନ୍ତି । ହେଲେ ମହାମାରୀ କରୋନା କଟକଣା କାରଣରୁ ଚଳିତ ବର୍ଷ ଭକ୍ତଙ୍କ ପାଇଁ ଆଡପ ଦର୍ଶନକୁ ବନ୍ଦ ରଖାଯାଇଛି । ଗତକାଲି ଭଳି ଡିଜିଟାଲ ଜରିଆରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି କୋଟି କୋଟି ଶ୍ରଦ୍ଧାଳୁ ।