ବାହାରିଲା ଆଡପ ଅବଢ଼ା : ଭକ୍ତ ପାଇଲେ ମହାପ୍ରସାଦ; ସେପଟେ ଗତକାଲି ଆଡପ ମଣ୍ଡପରେ ନୀତିରେ ହେଲା ବିଳମ୍ବ

197

କନକ ବ୍ୟୁରୋ : ଆଜି ଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ ।

ସେପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତି । ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଂଚଳ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ଯ୍ୟନ୍ତ ସଅଳ ହୋଇଥିଲା ନୀତିକାନ୍ତି । ମାତ୍ର ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବିଜେ ପରେ ବିଳମ୍ବ ହୋଇଛି ନୀତିକାନ୍ତି । ନିତିକାନ୍ତିରେ ଅବହେଳା ଯୋଗୁଁ ହୋଇପାରିଲା ନାହିଁ ପହୁଡ ନୀତି । ଅପରାହ୍ନ ୨ଟା ସୁଦ୍ଧା ସଂଧ୍ୟା ଧୂପ ଓ ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନୀତି ହୋଇଛି ବିଳମ୍ବ ।

ଯାହା ପାଇଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇପାରି ନାହିଁ । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ ।