କନକ ବ୍ୟୁରୋ: ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ।
ସେପଟେ ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇଛି ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ଯ୍ୟନ୍ତ ସଅଳ ହୋଇଥିଲା ନୀତିକାନ୍ତି । ମାତ୍ର ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବିଜେ ପରେ ବିଳମ୍ବ ହୋଇଛି ନୀତିକାନ୍ତି । ନିତିକାନ୍ତିରେ ଅବହେଳା ଯୋଗୁଁ ପହୁଡ ନିତି ହୋଇପାରିଲା ନାହିଁ । ଅପରାହ୍ନ ୨ଟା ସୁଦ୍ଧା ସଂଧ୍ୟା ଧୂପ ଓ ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନିତି ହୋଇଛି ବିଳମ୍ବ । ଯାହା ପାଇଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇପାରି ନାହିଁ । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/2-15.jpg)